ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୬୪୯ ନୂଆ ସଂକ୍ରମିତ ଚିହ୍ନଟ ଏବଂ ୩୭ ହଜାର ୨୯୧ ଜଣ ସୁସ୍ଥ

ଦିଲ୍ଲୀ: ଜୁଲାଇ ୩୧: ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୨୯୧ ଜଣ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ମୋଟ ୩ କୋଟି ୭ ଲକ୍ଷ ୮୧ ହଜାର ୨୬୩ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ୯୭.୩୭ ପ୍ରତିଶତ ସୁସ୍ଥତା ହାର ରହିଛି ।
ଗତ ୨୪ ଘଣ୍ଟାରେ ଦେଶରେ ୪୧ ହଜାର ୬୪୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ୫୯୩ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏହା ସହ ଦେଶରେ ଏପର୍ଯ୍ୟନ୍ତ ୪ ଲକ୍ଷ ୨୩ ହଜାର ୮୧୦ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ହୋଇସାରିଲାଣି । ଦେଶରେ ଏବେ ସକ୍ରିୟ କରୋନା କେସ୍‌ ୪ ଲକ୍ଷ ୮ ହଜାର ୯୨୦ ରହିଛି । ସାପ୍ତାହିକ ପଜିଟିଭିଟି ହାର ୨.୪୨ ପ୍ରତିଶତ ରହିଥିଲାବେଳେ ଦୈନିକ ପଜିଟିଭିଟି ହାର ୨.୩୪ ପ୍ରତିଶତ ରହିଛି ।
କେରଳରେ କରୋନା କେସ୍‌ ବର୍ତ୍ତମାନ ସର୍ବାଧିକ ରହିଛି । ସେଠାରେ ଗତ ଚାରିଦିନ ହେବ ଦୈନିକ ୨୦ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ କେରଳରେ ୧୧୬ କରୋନା ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏହା ପଛକୁ ମହାରାଷ୍ଟ୍ର ରହିଛି । ସେଠାରେ ୨୪ ଘଣ୍ଟାରେ ୬ ହଜାର ୬୦୦ ନୂଆରେ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୃତୁ୍ୟ ସଂଖ୍ୟା ୨୩୧ ରହିଛି ।
ହରିୟାଣାରେ ୨୪ ଘଣ୍ଟାରେ ୨୬ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି ।
ରାଜସ୍ଥାନରେ ୨୪ ଘଣ୍ଟାରେ ୨୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମଧ୍ୟପ୍ରଦେଶରୁ ୧୦, ଉତ୍ତରପ୍ରଦେଶରୁ ୪୨, ତାମିଲନାଡ଼ୁରୁ ୧ ହଜାର ୯୪୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Comments are closed.