ପଟ୍ଟାମୁଣ୍ଡାଇ : ପୁଣି କୁମ୍ଭୀର ମୁହଁରେ ଗଲା ଜୀବନ। କିଛିଦିନ ବିରତି ପରେ ପୁଣି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଘଟିଛି ଏହି ଅଘଟଣ I ଆଜି ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ଗାଧୋଇବା ବେଳେ କୁମ୍ଭୀର ନଦୀକୁ ଟାଣି ନେଇଥିବା ସନ୍ଦେହ କରାଯାଉଛି । ନିଖୋଜ ଯୁବକଙ୍କ ଘର ଅଣ୍ଡିରା ଗ୍ରାମରେ ବୋଲି ଜଣାପଡିଛି । ନଦୀ କୂଳରୁ ଯୁବକଙ୍କ ବାଇକ୍ ଓ ଚପଲ ମିଳିଛି । ଏବେ ନିଖୋଜ ଯୁବକଙ୍କୁ ନଦୀରେ ଠାବ କରିବାକୁ ଖୋଜାଖୋଜି ଆରମ୍ଭ ହୋଇଯାଇଛି ।
Comments are closed.