ଗୋଟିଏ ଦିନରେ କରୋନା ରେ ୧୦ ଜଣଙ୍କ ମୃତ୍ୟୁ; ମୋଟ ମୃତ୍ୟୁ ସଂଖ୍ୟା ୧୩୦ କୁ ବୃଦ୍ଧି

ଭୁବନେଶ୍ୱର: ଜୁଲାଇ ୨୫: ରାଜ୍ୟରେ ଗୋଟିଏ ଦିନରେ ୧୦ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I ସୁନ୍ଦରଗଡ ଓ ବାଲେଶ୍ୱର ରୁ ୨ ଜଣ ଲେଖାଏଁ, ଗଂଜାମ ରୁ ୩ ଜଣ ଏବଂ ଗଜପତି,ଝାରସୁଗୁଡା ଓ ରାୟଗଡା ରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I ଏଥିସହ, ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୧୩୦ ରେ ପହଂଚିଛି I ଗଂଜାମ ଜିଲ୍ଲାରେ ଏ ପର୍ଯ୍ୟନ୍ତ ସର୍ବାଧିକ ୭୩ ଜଣଙ୍କର ମୃତ୍ୟୁ ହେଇଛି I

Comments are closed.