By Papu Mohanty
ଭୁବନେଶ୍ୱର :May 14: ବଙ୍ଗୋପସାଗରରେ ଘନଉଛି ବାତ୍ୟା । ୨୪ ଘଣ୍ଟା ମଧ୍ୟରେ ଅବପାତ । ୪୮ ଘଣ୍ଟାରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ । ପରେ ଭୟଙ୍କର ବାତ୍ୟା ରୂପ ନେବା ସହ ପଶ୍ଚିମବଙ୍ଗ ସୀମାନ୍ତ ଏବଂ ଉତ୍ତର ଓଡ଼ିଶା ଉପକୂଳ ସ୍ଥଳଭାଗ ଛୁଇଁବା ଆଶଙ୍କା କରିଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ୧୬ତାରିଖ ପରେ ଏହାର ସ୍ପଷ୍ଟ ଚିତ୍ର ଜଣାପଡିବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଅଧିକ ବଳ ଜୁଟାଉଛି । ଏହା ଆସନ୍ତା ୨୪ଘଣ୍ଟା ମଧ୍ୟରେ ଡିପ୍ରେସନ୍ ରୂପ ନେବା ପରେ ୧୬ତାରିଖ ସୁଦ୍ଧା ଘୂର୍ଣ୍ଣିଝଡରେ ପରିଣତ ହେବ । ଘୂର୍ଣ୍ଣିଝଡ ୧୮ତାରିଖ ବେଳକୁ ଏହା ଉତ୍ତର ଦିଗରେ ଗତି କରି ଉତ୍ତର-ଉତ୍ତରପୂର୍ବ ବଙ୍ଗୋପସାଗରରେ ଅଧିକ ଘନିଭୂତ ହୋଇ ଭୟଙ୍କର ବାତ୍ୟା ରୂପ ନେଇପାରେ । ସମୟକ୍ରମେ ଏହା ଉତ୍ତର ପଶ୍ଚିମ ବଙ୍ଗୋପସାଗର ପଶ୍ଚିମବଙ୍ଗ ଓ ବାଙ୍ଗାଲାଦେଶ ଉପକୂଳ ଆଡକୁ ମୁହାଁଇବ ବୋଲି ଆକଳନ କରାଯାଇଛି । ତେବେ ଏହା ପଶ୍ଚିମବଙ୍ଗ ଉପକୂଳ ସୀମାନ୍ତ ଏବଂ ଉତ୍ତର ଓଡ଼ିଶା ଉପକୂଳ ସ୍ଥଳଭାଗ ଛୁଇଁପାରେ ବୋଲି ବିଭିନ୍ନ ପାଣିପାଗ ସଂସ୍ଥା ପୂର୍ବାନୁମାନ କରୁଛି । ଏହା ପ୍ରଭାବରେ ୧୮ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୧୯ତାରିଖ ସୁଦ୍ଧା ଉପକୂଳ ଓଡ଼ିଶାର ବହୁ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ପବନର ବେଗ ୫୦ରୁ ୮୦କିମି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Comments are closed.