Edited by Papu Mohanty
ଭୁବନେଶ୍ୱର, (ସବୁ୍ୟ): May 18: କେନ୍ଦ୍ର କୋଲଇଣ୍ଡିଆର ଇନ୍ଫ୍ରାଷ୍ଟ୍ରକ୍ଚର୍ ଫିଲିଂ ଡେଭ୍ଲପ୍ମେଣ୍ଟ କରିବାକୁ ୫୦ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ବୋଲି କହିଛନ୍ତି କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ ପ୍ରହ୍ନଲାଦ ଯୋଷୀ । ଏହାଦ୍ୱାରା କୋଲଇଣ୍ଡିଆ ଆର୍ଥିକବର୍ଷ ୨୦୨୩-୨୪ରେ ୫ବିଲିୟନ ଟନ୍ କୋଇଲା ଉପିାଦନ ଲକ୍ଷ୍ୟ ହାସଲ କରାଯାଇପାରିବ । ସେ କହିଛନ୍ତି ଏହା କୋଲଇଣ୍ଡିଆ ନୂତନ ଖଣି ଖୋଲିବା ତଥା କୋଇଲା ଉପିାଦକ ବୃଦ୍ଧି ସହିତ ଦେଶରେ ଆମଦାନୀ କରାଯାଉଥିବା କୋଇଲା ହ୍ରାସ ହେବା ସଙ୍ଗେ ଅର୍ଥନୈତିକ ବିକାଶରେ ସୁଯୋଗ ଆଣିଦେବ । କୋଲଇଣ୍ଡିଆ ନିକଟ ଅତୀତରେ ୧୦୦ମିଲିୟନ ଟନ୍ କୋଇଲା ରପ୍ତାନୀ କରିବ ବୋଲି ସେ କହିଛନ୍ତି । ମନ୍ତ୍ରୀ ଶ୍ରୀ ଯୋଷୀ ଦୃଢତାର ସହ କହିଛନ୍ତି କି, ସରକାର କୋଲଇଣ୍ଡିଆକୁ ଘରୋଇ କରଣ କରିବାର କୌଣସି ଯୋଜନା ନାହିଁ ବଂର ସରକାର କୋଲଇଣ୍ଡିଆକୁ ଅଧିକ ଶାକ୍ତିଶାଳୀ କରୁଛନ୍ତି । କୋଲଇଣ୍ଡିଆ ପାଖରେ ପର୍ଯ୍ୟାପ୍ତ ପରିମାଣର କୋଇଲା ଗଚ୍ଛିତ ରହିଛି, ଯାହାକି ୧୦୦ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବିଦୁ୍ୟତ ଶକ୍ତି ଉପିାଦନ କରିବାରେ ସହାୟକ ହୋଇପାରିବ । ବର୍ତ୍ତମାନ ସରକାର କୋଲଇଣ୍ଡିଆକୁ ୧୬ଟି ନୂତନ କୋଇଲା ବ୍ଲକ ଆବଣ୍ଟନ କରିଛନ୍ତି । ସରକାର କୋଲଇଣ୍ଡିଆ ପାଇଁ ଗର୍ବିତ ଏବଂ ଆଗାମୀ ଦିନରେ ଏହାକୁ ଅଧିକ ଶକ୍ତିଶାଳୀ କରାଯିବ ବୋଲି ଶ୍ରୀ ଯୋଷୀ କହିଛନ୍ତି ।
Comments are closed.