ଚୀନ୍‌ ପ୍ରସଙ୍ଗରେ ରାହୁଲ-ଅନୁରାଗ ମୁହାଁମୁହିଁ

0

ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ବିଜେପି ନେତା ଅନୁରାଗ ଠାକୁର ମୁହାଁମୁହିଁ ହୋଇଛନ୍ତି। ଗତକାଲି ରାଜ୍ୟସଭାରେ ୱକଫ୍‌ ସଂଶୋଧନ ବିଲ୍‌ ଆଲୋଚନା ଉପରେ ସମସ୍ତଙ୍କ ନଜର ଥିବାବେଳେ ଲୋକସଭାରେ ରାହୁଲ ଏବଂ ଠାକୁରଙ୍କ ମଧ୍ୟରେ ତୀବ୍ର କଥା କଟାକଟି ହୋଇଥିଲା। ଭାରତର ବିଦେଶ ସଚିବ ଚୀନ୍‌ ଆମ୍ବାସାଡରଙ୍କ ସହ କେକ୍‌ କାଟିବାକୁ ବିରୋଧ କରି ରାହୁଲ କହିଥିଲେ, ଯେତେବେଳେ ଭାରତର ୪ ହଜାର ସ୍କୋୟାର କିମି ଅଞ୍ଚଳ ଚୀନ୍‌ ଦଖଲରେ ଅଛି ସେଠି ପୁଣି ଭାରତୀୟ ଅଧିକାରୀ ଚୀନ୍‌ ରାଷ୍ଟ୍ରଦୂତଙ୍କ ସହ କେକ୍‌ କାଟୁଛନ୍ତି। ଏହି ପ୍ରସଙ୍ଗରେ ସେ ଭାରତୀୟ ବିଦେଶ ନୀତିକୁ ବିରୋଧ କରିଥିଲେ। ତେବେ ଅଞ୍ଚଳ ପ୍ରସଙ୍ଗରେ ସରକାରଙ୍କ ଜବାବ ଉପରେ ପ୍ରଶ୍ନ କରି ରାହୁଲ କହିଛନ୍ତି,ଆମେ ସ୍ବାଭାବିକ ସ୍ଥିତିକୁ ଅଞ୍ଚଳ ଫେରାଇବା ଉଚିତ। ଏହାର ଜବାବ ଦେଇ ବିଜେପିର ଅନୁରାଗ ଠାକୁର କହିଥିଲେ, ଡୋକଲାମ ବିବାଦ ସମୟରେ ଭାରତୀୟ ସେନା ସଦସ୍ୟଙ୍କ ସହ ନରହି ଚୀନ୍‌ ଅଧିକାରୀଙ୍କ ସହ ସୁପ୍‌ ପିଇଥିବା ଲୋକଟି କିଏ ? ଠାକୁର କହିଛନ୍ତି, କେଉଁ ସଂସ୍ଥା ଚୀନ୍‌ ଅଧିକାରୀଙ୍କଠାରୁ ଚାନ୍ଦା ନେଇଥିଲା ତାହା ସମସ୍ତେ ଜାଣନ୍ତି।

Leave A Reply

Your email address will not be published.