Edited By: Papu Mohanty
ଭୁବନେଶ୍ୱର (ସବୁ୍ୟ): 06/05:କରୋନାକୁ ନେଇ ରାଜ୍ୟବ୍ୟାପୀ ଆତଙ୍କ ସୃଷ୍ଟି ହୋଇଥିଲାବେଳେ ବୁଧବାର ଜଗତସିଂହପୁରରେ ଏହା ପ୍ରବେଶ କରିଛି । ଯାହାକି ଜିଲ୍ଲାବାସୀଙ୍କ ମଧ୍ୟରେ ଭୟ ସଞ୍ଚାର କରିଛି । ଗତି କିଛି ଦିନ ହେଲା ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ କରୋନା ପଜେଟିଭ୍ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧିକୁ ନେଇ ରାଜ୍ୟ ସରକାର ଚିନ୍ତାରେ ଥିଲାବେଳେ ଆଜି ରାଜ୍ୟରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଗତସିଂହପୁରରେ ୪ ଓ କେନ୍ଦ୍ରାପଡାରେ ଜଣେ ପଜିଟିଭ ଅନ୍ତର୍ଭୁକ୍ତ । ତେବେ ଉଦ୍ବେଗଜନକ ବିଷୟ ଯେ, ଜଗତସିଂହପୁର ଜିଲ୍ଲାରେ କରୋନା ପ୍ରବେଶ କରୁ କରୁ ଥରକେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ଏ ସମସ୍ତ ପଜେଟିଭ୍ ସୁରତର ପ୍ରବାସୀ ଓଡ଼ିଆ । ଏମାନଙ୍କ ଭିତରେ ୪ ଜଣ ନାଉଗାଁ ଅଞ୍ଚଳର ହୋଇଥିଲାବେଳେ ୪ ଜଣଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ବୋଲି କୁହାଯାଉଛି ।
ଅପରପକ୍ଷରେ କେନ୍ଦ୍ରାପଡା ଜିଲ୍ଲାର କଲିକତା ଫେରନ୍ତାଙ୍କ ଆକ୍ରାନ୍ତ ଚିହ୍ନଟ ହୋଇଛି । ସେହିପରି ରାଜ୍ୟର ଅନ୍ୟ ଜିଲ୍ଲା ଗଞ୍ଜାମ, ବାଲେଶ୍ୱରରେ ଯଥାକ୍ରମେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲାବେଳେ ଯାଜପୁରରେ ୨ଜଣ ଆକ୍ରାନ୍ତ ହୋଇଥିବା ସରକାରୀଭାବେ ଜଣାପଡିଛି । ଫଳରେ ୬ ତାରିଖ ଗୋଟିଏ ଦିନରେ ୯ଜଣ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି ।
Comments are closed.