ଭଦ୍ରକ : ଭଦ୍ରକ-ଚାନ୍ଦବାଲି ରାସ୍ତାକଡ଼ ଜଙ୍ଗଲରୁ ଉଦ୍ଧାର ହେଲା ନରକଙ୍କାଳ I ଭଦ୍ରକ ଚାନ୍ଦବାଲି ରାସ୍ତା କଡ଼ରେ ଥିବା RMC ମାର୍କେଟ ନିକଟ ଜଙ୍ଗଲରୁ ଏହି କଙ୍କାଳ ମିଳିଛି I
ସୂଚନାନୁସାରେ,ଗୁରୁବାର ସକାଳେ କିଛି ଲୋକ RMC ମାର୍କେଟ ନିକଟ ଜଙ୍ଗଲକୁ ସଫାକରୁ ଥିବାବେଳେ ସେଠାରେ ନରକଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ I ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ଘଟଣାର ତଦନ୍ତ କରିଛି। ସେଠାରୁ ସାଇଣ୍ଟିଫିକ ଟିମ ମଣିଷର ନରକଙ୍କାଳ, ଗୋଟିଏ ବ୍ୟାଗ, ପ୍ୟାଣ୍ଟ ସାର୍ଟ ଓ ଚପଲ ଉଦ୍ଧାର କରିଛି।
ନରକଙ୍କାଳ ପଡିଥିବା ନିକଟରେ ଗଛରେ ଏକ ଦଉଡି ଲାଗିଥିବାର ଦେଖିବାକୁ ପାଇଥିଲା ପୁରୁଣା ବଜାର ପୋଲିସ। ତେବେ ପୁରୁଣାବଜାର ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଛି।
Comments are closed.