ଜମ୍ମୁ-କାଶ୍ମୀରରେ ବସ୍‌-କାର ଧକ୍କା, ୪ ମୃତ

0

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର କାଙ୍ଗେନ୍‌ ଗୁଣ୍ଡ୍‌ ନିକଟସ୍ଥ ସିଆର୍‌ପିଏଫ୍‌ କ୍ୟାମ୍ପ୍‌ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଓ କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ମୁ୍ମ୍ବାଇର ଏକ ପରିବାରର ୩ ସଦସ୍ୟଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଛି ଓ ୧୭ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ବ୍ଲକ ମେଡିକାଲ୍ ଅଧିକାରୀ ଡା ଆର୍ଶିଦ୍‌ ବାବା କହିଛନ୍ତି, ଦୁର୍ଘଟଣା ପରେ ୨୧ ଆହତଙ୍କୁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଥିରୁ ୪ଜଣଙ୍କ ମୃତ୍ୟୁଘଟିଛି। ଅନ୍ୟ ୨ ଗୁରୁତର ଆହତଙ୍କୁ ଅସ୍ଥି ଓ ସନ୍ଧି ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୮ଜଣଙ୍କୁ ପରବର୍ତ୍ତୀ ଚିକିତ୍ସା ନିମନ୍ତେ ଏସ୍‌କେଆଇଏମ୍‌ଏସ୍‌ରେ ଭର୍ତ୍ତି କରାଯାଇଛି। ୬ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି।

Leave A Reply

Your email address will not be published.