ଜମ୍ମୁ କାଶ୍ମୀର ଟଳିଲେ ୮ ଆତଙ୍କୀ

ନୂଆଦିଲ୍ଲୀ: ଜୁନ ୧୯:ଟଳିଲେ ୮ ଆତଙ୍କବାଦୀ । ଜମ୍ମୁ-କାଶ୍ମୀର ପାମ୍ଫୋର ଏବଂ ସୋଫିଆନରେ ଶୁକ୍ରବାର ସକାଳୁ ଭାରତୀୟ ସୁରକ୍ଷାବଳ ଏବଂ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ ୮ ଆତଙ୍କୀ ନିହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଅବନ୍ତିପୋରା ମୌଜାର ପମ୍ପୋରରେ ଭାରତୀୟ ସେନାରେ ସର୍ଚ୍ଚ ଅପରେସନ ଚାଲିଥିବା ନେଇ ଖବର ପାଇ ଭୟରେ ଆତଙ୍କବାଦୀମାନେ ଏକ ମସଜିଦରେ ଲୁଚିଯାଇଥିଲେ । ପ୍ରଥମେ ସେମାନେ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଏହାର ପାଲଟା ଜବାବ୍‌ ଦେଇଥିଲେ ଭାରତୀୟ ସୁରକ୍ଷା କର୍ମୀ। ଫଳରେ ଦୀର୍ଘ ସମୟ ଧରି ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା। ସୁରକ୍ଷା କର୍ମୀଙ୍କ ଗୁଳିମାଡରେ ସୋଫିଆନରେ ୫ ଓ ପାମ୍ଫୋରରେ ୩ ଆତଙ୍କବାଦୀ ସଫା ହୋଇଥିବା ନେଇ ଜଣାପଡିଛି ।

Comments are closed.