ଜର୍ଜିଆରେ ଜିତିଲେ ଦିବ୍ୟଶ୍ରୀ

ପୁରୀ : ଅନ୍ତର୍ଜାତିକ ଫ୍ୟାସନ ସୋରେ ପୁରୀର କୁନି ଝିଅ ଦିବ୍ୟଶ୍ରୀ । ୱାର୍ଲ୍ଡ ରାଇଜିଙ୍ଗ ଷ୍ଟାର ୨୦୨୦ ରେ ଭାରତ ପାଇଁ ପ୍ରତିନିଧିତ୍ଵ କରି ବେଷ୍ଟ ନ୍ୟାସନାଲ କଷ୍ଟ୍ଯୁମ ସହ ବେଷ୍ଟ ମଡେଲ ଆୱାର୍ଡ ପାଇଛନ୍ତି ଦିବ୍ୟଶ୍ରୀ । ଦିବ୍ୟଶ୍ରୀଙ୍କ ବୟସ ହେଉଛି ମାତ୍ର ୫ ବର୍ଷ । ଜାନୁଆରୀ ୧୬ ରୁ ୨୦ ପର୍ଯନ୍ତ ଜର୍ଜିଆ ତିବିଲ୍ସ ଏହି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ୪ ରୁ ୭ ବର୍ଷ ବଯସ ବର୍ଗ ରେ ଦିବ୍ୟଶ୍ରୀ ଅଂଶ ଗ୍ରହଣ କରିଥିଲେ । ୧୨ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ବିଜୟ ଲାଭ କରିଛନ୍ତି । ପୁରୀ ମାର୍କଣ୍ଡେଶ୍ଵର ସାହିର ଦେବାଶିଷ ବେହେରା ଓ ଦେବୀ ଗୁହାଙ୍କ ଝିଅ ଦେଢ ବର୍ଷ ଫ୍ୟାସନ ଡିଜାଇନରେ ପ୍ରସ୍ତୁତି କରୁଥିଲେ । ତାଙ୍କର ପିତା ମାତା ବାଙ୍ଗାଲୁରରେ ଆଇଟି ସେକ୍ଟରରେ କମ କରନ୍ତି । ୟୁ ଟ୍ଯୂବ ରେ ଦେଖାଇ ତାଙ୍କୁ ପ୍ରସ୍ତୁତ କରିଥିବା ତାଙ୍କ ପିତାମାତା କହିଛନ୍ତି । ଆଗକୁ ତାଙ୍କୁ ମିସ ୱାର୍ଲ୍ଡ କରିବାକୁ ଲକ୍ଷ ରଖିଥିବା କହିଛନ୍ତି ଦିବ୍ୟଶ୍ରୀଙ୍କ ପିତା ମାତା ।

Har Ghar Tiranga