ଜଳାନ୍ତକ ରୋଗୀଙ୍କ ପାଇଁ ଇଚ୍ଛାମୃ୍ତ୍ୟୁ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜଳାନ୍ତକ ରୋଗୀଙ୍କ ପାଇଁ ଇଚ୍ଛାମୃତ୍ୟୁ ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଉପରେ କୋର୍ଟ ଆସନ୍ତା ୨ ସପ୍ତାହ ମଧ୍ୟରେ ଶୁଣାଣି କରିବେ। ଜଳାନ୍ତକକୁ ଏକ ବିରଳ ରୋଗ ଭାବେ ବି‌ବେଚନା କରି ରୋଗୀଙ୍କୁ ‘ସମ୍ମାନର ସହ ମୃତ୍ୟୁ’ ପାଇଁ ଅନୁମତି ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଅନୁରୋଧ କରାଯାଇଥିଲା। କିନ୍ତୁ ଆବେଦନକୁ ହାଇକୋର୍ଟ ୨୦୧୯ରେ ଖାରଜ କରିଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ଅଲ୍‌ କ୍ରିଏଚର୍‌ସ ଗ୍ରେଟ୍‌ ଆଣ୍ଡ୍‌ ସ୍ମଲ୍‌ ଏନ୍‌ଜିଓ ଦ୍ବାରା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଜଷ୍ଟିସ ବି.ଆର୍‌ ଗବାଇ ଏବଂ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ପାଇଁ ଉପସ୍ଥାପନ କରାଯାଇଥିଲା। ଖଣ୍ଡପୀଠ ଏହି ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ବରିଷ୍ଠ ଆଇନଜୀବୀ ସୋନିଆ ମାଥୁର ଏବଂ ଆଇନଜୀବୀ ନୁର ରାମପାଲ୍‌ ଏନ୍‌ଜିଓ ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ପରିଚାଳନା କରିଥିଲେ।

Har Ghar Tiranga