ଜଳିଗଲା ଯାତ୍ରୀବାହୀ ବସ,ଅଳ୍ପକେ ବର୍ତିଲେ ଯାତ୍ରୀ

ବୋରିଗୁମ୍ମା : ନବରଙ୍ଗପୁର ୨୬ ନମ୍ବର ଜାତୀୟ ରାଜପଥରେ ଜଳିଗଲା ଯାତ୍ରୀବାହୀ ବସ I ଆଜି ସକାଳ ୬ ଟାବେଳେ ଏହି ଅଘଟଣ ଘଟିଛି I ଏଥିରୁ ଅଳ୍ପକେ ବର୍ତି ଯାଇଛନ୍ତି୪୦ ଜଣ ବସ ଯାତ୍ରୀ I

ସୂଚନାନୁସାରେ,ହାଇଦ୍ରାବାଦରୁ ଗୁପ୍ତା ନାମକ ଏକ ଯାତ୍ରୀବାହୀ ବସ ସିନାପାଲି ଯାଉଥିଲା I ତେବେ ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ବସ ର ଚକା ଫାଟି ହଠାଥ୍ ନିଆଁ ଲାଗିଯାଇଥିଲା। ଏହାଦେଖି ଯାତ୍ରୀମାନେ ବସରୁ ତୁରନ୍ତ ଓହ୍ଲାଇଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ସେତେବେଳକୁ ବସଟି ସମ୍ପୂର୍ଣ ଜଳିଯାଇଥିଲା I ପରେ ଅନ୍ୟଏକ ବସରେ ଯାତ୍ରୀମାନଙ୍କୁ ସିନାପାଲି ପଠାଯାଇଛି I

Comments are closed.