ନୂଆଦିଲ୍ଲୀ: କୋଲକାତା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଜୟମାଲ୍ୟା ବାଗଚୀ ସୁପ୍ରିମକୋର୍ଟର ନୂଆ ବିଚାରପତି ହେବେ । ରାଷ୍ଟ୍ରପତି ତାଙ୍କର ନିଯୁକ୍ତିକୁ ସ୍ବୀକୃତି ପ୍ରଦାନ କରିଥିବା ଜଣାପଡ଼ିଛି । ଗୁରୁବାର ସୁପ୍ରିମକୋର୍ଟର ୫ ଜଣିଆ କଲେଜିୟମ କେନ୍ଦ୍ର ସରକାରଙ୍କୁ ବିଚାରପତି ବାଗଚୀଙ୍କ ନାଁ ସୁପାରିସ କରିଥିଲା । ଜଷ୍ଟିସ୍ ବାଗଚୀଙ୍କ ସୁପ୍ରିମକୋର୍ଟରେ କାର୍ଯ୍ୟକାଳ ସବୁଠାରୁ ଲମ୍ବା ହେବ । ୨୦୩୧ରେ ସେ ପ୍ରଧାନ ବିଚାରପତି ହେଂବେ। ତେବେ ଅବସର ନେବା ପୂର୍ବରୁ ସେ ମାତ୍ର ଚାରି ମାସ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିବେ । ସେଜିଆଇ ପଦ ଗ୍ରହଣ କରିବା ପୂର୍ବରୁ ଜଷ୍ଟିସ୍ ବାଗଚୀଙ୍କ ପାଖରେ ସୁପ୍ରିମକୋର୍ଟରେ ଛଅ ବର୍ଷ କାର୍ଯ୍ୟ କରିବାର ଅଭିଜ୍ଞତା ଥିବ । ଜଷ୍ଟିସ୍ ବାଗଚୀ କୋଲକାତା ହାଇକୋର୍ଟ ଜଜ୍ ଭାବେ ଆରଜି କର ହସ୍ପିଟାଲରେ ଆର୍ଥିକ ଅନିୟମିତତା ଉପରେ ଶୁଣାଣି କରିଥିଲେ ଓ ଉଚ୍ଚ ସ୍ତରରେ ଦୁର୍ନୀତି ପ୍ରସଙ୍ଗକୁ ଉଠାଇ ଚର୍ଚ୍ଚାକୁ ଆସିଥିଲେ ।