ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ସ୍ଥାନର କିଛି ନିଆରା ଟେକ୍ନିକ୍ ରହିଛି । ସେହିଭଳି ଏକ ନିଆରା ଟେକ୍ନିକ୍ ହେଲା ଜାପାନିଜ୍ ଓ୍ୱାଟର ଥେରାପି । ଏହାର ଆଉ ଏକ ନାମ ହେଲା “ମିଜୁ-ନୋ-ରୟୋହୋ’ । ଏହି ପ୍ରକ୍ରିୟାରେ ପ୍ରଥମେ ଏକ ନିର୍ଦ୍ଧିଷ୍ଟ ପରିମାଣର ପାଣିକୁ ଖାଲି ପେଟରେ ପିଆଯାଇଥାଏ । ଏହା ଦ୍ୱାରା ଆମକୁ ଅନେକ ଫାଇଦା ହୋଇଥାଏ, ଯେପରି ଆମର ପାଚନରେ ଉନ୍ନତ୍ତି, ଓଜନ ହ୍ରାସ, ଏନର୍ଜି ଲେବଲ ବଢିବା ଆଦି । ଏହି ପ୍ରକ୍ରିୟାରେ ପାଣି ପିଇବା ଉପରେ ଅଧିକ ଧ୍ୟାନ ଦିଆଯାଇଥାଏ । ୬ ରୁ ୭ ଗ୍ଲାସ ପର୍ଯ୍ୟନ୍ତ ଉଷୁମ ପାଣି ଏହି ଥେରାପିରେ ପିଇବାକୁ ହୋଇଥାଏ । ସେହିଭଳି ଏହି ପ୍ରକ୍ରିୟାରେ କେବଳ ପାଣି ପିଆ ନୁହେଁ ଖାଦ୍ୟ ଖାଇବା ପାଇଁ ମଧ୍ୟ କିଛି ନିଆରା ଟେକ୍ନିକ୍କୁ ବ୍ୟବହାର କରାଯାଇଥାଏ । ଏହି ଥେରାପି ଦ୍ୱାରା ଓଜନ ହ୍ରାସ, ତ୍ୱଚାରେ ଚମକ, ପେଟ ସମସ୍ୟାରୁ ମୁକ୍ତି, ମାନସିକ ଶାନ୍ତି ଆଦି ମିଳିଥାଏ ।