ଜେଇଇ/ ନିଟ୍ ପାଇଁ ବିଏମସିର ସ୍ୱତନ୍ତ୍ର ବ୍ୟବସ୍ଥା; ଭୁବନେଶ୍ୱରର ୬ଟି ପରୀକ୍ଷା କେନ୍ଦ୍ର ପାଇଁ ୮ଟି ସ୍ଥାନରେ ରହଣି ସୁବିଧା
ଭୁବନେଶ୍ୱର : ଅଗଷ୍ଟ ୩୦: ଭୁବନେଶ୍ୱରରେ ପରୀକ୍ଷା ଦେବାକୁ ଥିବା ୧୬ ହଜାର ପିଲାଙ୍କ ପାଇଁ ବ୍ୟବସ୍ଥା । ସମସ୍ତ କେନ୍ଦ୍ରରେ ମୋବାଇଲ ଟିମ୍, ପୋଲିସ ଟିମ୍, ସାନିଟାଇଜିଂ ବ୍ୟବସ୍ଥା ରହିବ । ପିଲାଙ୍କ ସ୍ୱାସ୍ଥ୍ୟ ଓ ପରୀକ୍ଷା ସମ୍ବର୍କିତ ସମସ୍ୟାର ସମାଧାନ କରାଯିବ । କେନ୍ଦ୍ର ବାହାରେ ଭିଡ଼କୁ ଏଡ଼ାଇବା ପାଇଁ ମାଇକ ଯୋଗେ ସଚେତନ କରାଯିବ । ତେବେ ରହଣି କେନ୍ଦ୍ରରେ ବିଏମସି ସଫେଇ କରିବ ବୋଲି ବିଏମସି କମିଶନର କହିଛନ୍ତି । ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । କେନ୍ଦ୍ର ଭିତରେ ଓ କେନ୍ଦ୍ର ବାହାରେ ଏବଂ ଟ୍ରାଫିକ ପାଇଁ ସ୍ୱତନ୍ତ୍ର ପୋଲିସ ମୃତୟନ କରାଯିବା ନେଇ ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି । ଏହା ସହ ବିଭିନ୍ନ ଜିଲ୍ଲାରୁ ବସ ଯାତାୟତ ରେ କୌଣସି ବାଧକ ରହିବ ନାହିଁ କହିଛନ୍ତି ଏସପି । ଏହା ସହ କେନ୍ଦ୍ର ବାହାରେ ଅଟୋ ରିକ୍ସା ଓ କ୍ୟାଡର ମୃତୟନ କରାଯିବ ନେଇ ସେମାନଙ୍କ ସଂଘକୁ କୁହାଯାଇଛି । ଅନ୍ୟପଟେ ଯାତାୟତରେ କୌଣସି ଅସୁବିଧା ହେବ ନାହିଁ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି । ରାଜଧାନୀରେ ମୋଟ ୬ଟି ପରୀକ୍ଷା କେନ୍ଦ୍ର ଓ ରହଣି ପାଇଁ ୮ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର କୋଭିଡ଼ ନୀରିକ୍ଷକ ରହିବେ ଏବଂ ସୁପରିଚାଳନା ପାଇଁ ବିଭିନ୍ନ ଦାୟିତ୍ୱ ଦିଆଯାଇଥିବା ଭୁବନେଶ୍ୱର ସରକାରୀ ଆଇଟିଆଇ ଅଧ୍ୟକ୍ଷା କହିଛନ୍ତି । ଜେଇଇ ଓ ନିଟ ପରୀକ୍ଷା ପରିଚାଳନା ଆଜି ନେଇ ବିଏମସିରେ ମିଳିତ ସମନ୍ୱୟ ବୈଠକ ପରେ ଏହି ନିଷ୍ପତି ହୋଇଛି ।
Comments are closed.