ବାରବାଟୀ : ଟିକେଟ୍ ପାଇଁ ଦଳା ଚକଟା ସ୍ଥିତି । ଅସମ୍ଭାଳ ଭିଡ଼ ଯୋଗୁଁ ପରିସ୍ଥିତି ଅଣାୟତ । ପ୍ରବଳ ଖରା ଯୋଗୁଁ ଅସୁସ୍ଥ ହେଉଛନ୍ତି ଲୋକେ । ଗତକାଲି ସନ୍ଧ୍ୟାରୁ ଲାଇନରେ ରହିଥିଲେ ବି ପଡୁନାହିଁ ପାଳି I ସମୟ ବଢିବା ସହ ଭିଡ ମଧ୍ୟ ବଢିଥିଲା । ଟିକେଟ୍ କାଉଣ୍ଟର ଖୋଲିବା ପରେ ଭିଡ ଧିରେ ଧିରେ ବଢି ଠେଲାପେଲା ସ୍ଥିତିରେ ପହଞ୍ଚିଥିଲା । ବାହାରିବା ପାଇଁ ବାଟ ନଥିବାରୁ ଠେଲାପେଲା ଓ ଭିଡ ଭିତରେ ଅନେକ ଲୋକ ଅଚେତ୍ ହୋଇପଡିଥିବାର ଦେଖା ଯାଉଛି । ଆଉ ଏବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଛି । ସମ୍ପୂର୍ଣ୍ଣ ଅବ୍ୟବସ୍ଥା ହୋଇଛି ବୋଲି କହୁଛନ୍ତି ଲାଇନରେ ଠିଆ ହୋଇଥିବା ଲୋକେ । ଭାରତ ଇଂଲଣ୍ଡ ମ୍ୟାଚ୍ ପାଇଁ ଆଜି ଅଫଲାଇନ୍ ଟିକେଟ୍ ହେଉଛି । ଯାହାକୁ ନେଇ କଟକ ବାରବାଟୀରେ ଲୋକଙ୍କ ନାହିଁ ନଥିବା ଭିଡ ସକାଳୁ ଦେଖିବାରୁ ମିଳିଥିଲା ।
ସୂଚନାନୁସାରେ,ଟିକେଟ୍ ଖଣ୍ଡିଏ ପାଇଁ କାଉଣ୍ଟର ଆଗରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ପରିସ୍ଥିତି ଅଣାୟତ ହୋଇ ଦଳଚକଟା ପରିସ୍ଥିତି ଉପୁଜିଛି । ଟିକେଟ୍ ପାଇଁ ଲୋକଙ୍କ ଉପରେ ଭିଡ ଚଢିଯାଉଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଭିଡ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଲୋକେ ଅଚେତ୍ ହେଉଛନ୍ତି । ସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଘଟଣାସ୍ଥଳରେ କଟକ ଡିସିପିଙ୍କୁ ମଧ୍ୟ ନାକେଦମ ହେବାକୁ ପଡିଛି ।
ସୂଚନାନୁସାରେ,ଆସନ୍ତା ଫେବୃଆରୀ ୯ ତାରିଖରେ କଟକ ବାରବାଟୀ ଷ୍ଟାଡ଼ିୟମରେ ଖେଳାଯିବ ଭାରତ – ଇଂଲଣ୍ଡ ୨ ଦିନିକିଆ ମ୍ୟାଚ । ଏହାକୁ ନେଇ ଓସିଏ ପକ୍ଷରୁ ଆଜି ୩ ଟି କାଉଣ୍ଟରରେ ଅଫଲାଇନରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ତେବେ ଏହାପୂର୍ବରୁ ଟିକେଟ୍ କିଣିବା ପାଇଁ କ୍ରିକେଟ ପ୍ରେମୀଙ୍କ ଭିତରେ ଆରମ୍ଭ ହୋଇଛି ସଂଘର୍ଷ । ଟିକେଟ ଅପେକ୍ଷାରେ ଶହ ଶହ କ୍ରିକେଟ ପ୍ରେମୀ ରାତିରୁ ଲଗାଇଥିଲେ ଲମ୍ବା ଲାଇନ୍ । କୌଣସି ଅପ୍ରୀତିକର ସ୍ଥିତିକୁ ଏଡ଼ାଇବାକୁ ଆଗରୁ ସଜାଗ ହୋଇ ଛିଡ଼ା ହୋଇଥିଲେ କମିଶନରେଟ୍ ପୋଲିସ । ହେଲେ କାଉଣ୍ଟର୍ ଖୋଲୁ ଖୋଲୁ ଆରମ୍ଭ ହୋଇଗଲା ବିଶୃଙ୍ଖଳା ।
Comments are closed.