ଟୁଇନ୍‌ ସିଟିରେ କ୍ରମାଗତ ବଢ଼ୁଛି ଡ଼େଙ୍ଗୁ

ଭୁବନେଶ୍ୱର: ଜୁଲାଇ ୩୧: ଟୁଇନ୍‌ ସିଟି କଟକ ଓ ଭୁବନଶେ୍ୱରରେ ଡ଼େଙ୍ଗୁ ରୋଗୀଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲକ୍ଷ୍ୟ କରାଯାଉଛି । ୨୪ ଘଣ୍ଟାରେ କଟକରେ ୮ ନୂଆ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଭୁବନେଶ୍ୱରରେ ୨୩ ଡ଼େଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । କଟକ ଏସ୍‌ସିବି ମେଡିକାଲ୍‌ରେ ନୂଆ ଡ଼େଙ୍ଗୁ ୱାର୍ଡ ଖୋଲାଯାଇଛି ।
ଭୁବନେଶ୍ୱର ମୁନିସିପାଲ୍‌ କର୍ପୋରେସନ୍‌ର ସମସ୍ତ ୱାର୍ଡ଼ରେ ସଫେଇ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି, ସେହିପରି ସଚେତନତା କାର୍ଯ୍ୟ ଉପରେ ମଧ୍ୟ ଦୃଷ୍ଟି ଦିଆଯାଇଛି ।
ଗତକାଲି ଡ଼େଙ୍ଗୁ ସଂକ୍ରମଣକୁ କିପରି ନିୟନ୍ତ୍ରଣ କରାଯିବ ସେ ନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ (ଏସିଏସ୍‌) ପ୍ରଦୀପ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଥିଲା । ଡ଼େଙ୍ଗୁ ପାଇଁ ସ୍ୱତନ୍ତ୍ର ବେଡ୍‌ ରଖିବା ନିମନ୍ତେ ସମସ୍ତ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏସିଏସ୍‌ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ପରିିମାଣରେ ଔଷଧ ଓ ଟେଷ୍ଟିଂ କିଟ୍‌ ରହିଛି । ଯଦି ଲୋକଙ୍କୁ ଡ଼େଙ୍ଗୁ ହେଉଛି, ଆତଙ୍କିତ ନହେବାକୁ କୁହାଯାଇଛି । ରାଜ୍ୟରେ ଏର୍ଯ୍ୟନ୍ତ ୬୧୪ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି ।
ଡ଼େଙ୍ଗୁରୁ ରକ୍ଷା ପାଇବା ପାଇଁ ସଚେତନା ରହିବା ସହିତ ନିଜ ଆଖପାଖକୁ ସଫା ରଖିବା । ବିଶେଷ କରି ସହରାଞ୍ଚଳରେ ଡ଼େଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଏଣୁ ଲୋକମାନଙ୍କୁ ପ୍ଲାଷ୍ଟକ୍‌, ଫୁଲକୁଣ୍ଡ ଏବଂ ଅନ୍ୟ ଖାଲୁଆ ସ୍ଥାନଗୁଡ଼ିକରେ ପାଣି ନଜମାଇବାକୁ ସତର୍କ କରାଯାଇଛି ।

Comments are closed.