ଭୁବନେଶ୍ୱର : କେନ୍ଦ୍ରକୁ ଡେପୁଟେଶନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍ ଅଫିସର । ବିଏସଏଫ୍ ଆଇଜି ଭାବେ ଡେପୁଟେଶନରେ ଯିବେ ୧୯୯୮ ବ୍ୟାଚ୍ଆର ଆଇପିଏସ୍ ରବି କାନ୍ତ । ସେହିଭଳି ବିଏସଏଫ୍ ଡିଆଇଜି ଭାବେ ଡେପୁଟେସନରେ ଯିବେ ଆଇପିଏସ୍ ମିତ୍ରଭାନୁ ମହାପାତ୍ର । ଏହି ୨ ଜଣ ଅଫିସର ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ବେଶ୍ ଖାସ୍ ଥିଲେ । ଦୁଇଜଣ ଯାକଙ୍କୁ ଓଡିଏସ ହୋମରେ ପୋଷ୍ଟିଂ କରାଯାଇଥିଲା । ସେମାନେ ଆଇପିଏସ୍ ମେସରେ ରହୁଥିଲେ । ରବିକାନ୍ତ କେନ୍ଦୁଝର ଏସପି ଦାୟିତ୍ୱରେ ଥିବାବେଳେ ମିତ୍ରଭାନୁଙ୍କ ନାଁ ରାଜାଚକ୍ର ଗିରଫ ସମୟରେ ପଦାକୁ ଆସିଥିଲା ।