ତାମିଲନାଡ଼ୁର ୯ ଜିଲ୍ଲା, ପୁଡ଼ୁଚେରୀରେ ବର୍ଷା ପାଇଁ ସତର୍କତା ଜାରି , ଚେନ୍ନାଇରେ ସ୍କୁଲ୍ ବନ୍ଦ

ନୂଆଦିଲ୍ଲୀ : ତାମିଲନାଡ଼ୁରେ ଉତ୍ତରପୂର୍ବ ମୌସୁମୀ ଘନିଭୂତ ହୋଇଛି। ତାମିଲନାଡ଼ୁର ୯ଟି ଜିଲ୍ଲା ଏବଂ ପୁଡ଼ୁଚେରୀର କରାଇକଲରେ ବର୍ଷା ପାଇଁ ଆଇଏମ୍ଡି (ଭାରତୀୟ ପାଣିପାଗ ବିଭାଗ) ସତର୍କତା ଜାରି କରିଛି। ଏଥିପାଇଁ ତାମିଲନାଡ଼ୁ ଏବଂ ପୁଡ଼ୁଚେରୀର ବିଭିନ୍ନ ଜିଲ୍ଲାରେ ଅରେଞ୍ଜ ଏବଂ ରେଡ୍ ଆଲର୍ଟ ଜାରି ହୋଇଛି। ଲଗାଣ ବର୍ଷା ପାଇଁ ଥିରୁଭଲ୍ଲୁର ଜିଲ୍ଲାର ବିଭିନ୍ନ ସ୍କୁଲ୍ ଏବଂ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ପୁଡ଼ୁଚେରୀରେ ମଧ୍ୟ ସ୍କୁଲ୍ ଏବଂ କଲେଜ ଗୁଡ଼ିକ ଛୁଟି ଘୋଷଣା କରାଯାଇଛି।

Comments are closed.