ତିନିରଥ ଭଙ୍ଗାଯିବା କାର୍ଯ୍ୟ ଆରମ୍ଭ

ପୁରୀ(ସବ୍ୟୁ): ଜୁଲାଇ ୨୫: ଚତୁର୍ଦ୍ଧାମୂର୍ତ୍ତି ରତ୍ନ ସିଂହାସନରେ ବିଜେ କରିବା ପରେ ମହାପ୍ରଭୁଙ୍କୁ ନବଦିନ ଯାତ୍ରାରେ ନେବା ଆଣିବା କରିଥିବା ସୁସଜ୍ଜିତ ୩ଟି ରଥକୁ ଭଙ୍ଗାଯିବା କାର୍ଯ୍ୟ ଜୁଲାଇ ୨୪ ତାରିଖରୁ ଆରମ୍ଭ ହୋଇଛି । ଗତ କାଲି ତିନିରଥର ସାରଥୀ, ହଂସପଟା, ଠେକେରାବାଡ଼,ଘୋଡା,ପାଶ୍ୱର୍ ଦେବାଦେବୀ ଓ ଆସ୍ଥାନ ଗୁଡିକୁ ରଥରୁ କାଢି ଦିଆଯାଇଛି ।
ହଂସପଟା, ଠେକେରାବାଡ଼ ଓ ଘୋଡା ରଥରୁ କଢାଯାଇ ଗୁଣ୍ଡିଚା ମନ୍ଦିର ପରିସରରେ ରଖାଯାଇଛି । ପାଶ୍ୱର୍ଦେବାଦେବୀ ଓ ଆସ୍ଥାନ ଗୁଡ଼ିକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ରଖାଯାଇଛି ।
ସେହିପରି ସାରଥୀଙ୍କୁ ଦୋଳବେଦୀ ପରିସରରେ ରଖାଯାଇଛି । ରଥ ଦଉଡି ଗୁଡିକୁ ମଧ୍ୟ କାଢି ଦିଆଯାଇଛି । ପର୍ଯ୍ୟାୟକ୍ରମେ ତିନିରଥକୁ ଭାଙ୍ଗି ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Comments are closed.