ସୀତାପୁର: ଉତ୍ତରପ୍ରଦେଶ ସୀତାପୁରର ଏକ ପୁଲିସ ଥାନା ନିକଟସ୍ଥ ପଡ଼ିଆରୁ ଏକ ୫ ବର୍ଷ ଶିଶୁର ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର କରାଯାଇଛି। ସୀତାପୁରର ଅତିରିକ୍ତ ପୁଲିସ ଏସ୍ପି ପ୍ରବୀଣ ରଞ୍ଜନ କହିଛନ୍ତି, ଫେବ୍ରୁଆରି ୨୫ରେ ଶିଶୁଟି ନିଖୋଜ ହୋଇଥିଲା। ଫେବ୍ରୁଆରି ୨୭ରେ ଶିଶୂର ଏକ ଗୋଡ଼ ଏବଂ ଗଣ୍ଡି ମିଳିଥିଲା। ଡ୍ରୋନ୍ ସହାୟତାରେ ଆଖପାଖ ପଡ଼ିଆ ଖୋଜିବା ପରେ ଅନ୍ୟ କେତେକ ଅଙ୍ଗଗୁଡ଼ିକୁ ମିଳିଛି। ଏହା କୌଣସି ଜଙ୍ଗଲୀ ଜୀବଙ୍କ ଆକ୍ରମଣ ବୋଲି ଅନୁମାନ କରାଯାଉଥିଲା। ତେବେ ମୃତବାଳିକାଙ୍କ ପରିବାର ଏହାକୁ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟରେ ବାଳିକାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ଏକାଧିକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ବିଜେପି ବିଧାୟକ ଜ୍ଞାନ ତିୱାରୀ, ରା