ଦକ୍ଷିଣ ଆମେରିକାରେ ଆକସ୍ମିକ ବନ୍ୟା, ୧୮ ମୃତ

0

ୱାସିଂଟନ: ଆମେରିକାର ଦକ୍ଷିଣାଞ୍ଚଳରେ ୪ ଦିନ ଧରି ପ୍ରବଳ ବର୍ଷା ଓ ଆକସ୍ମିକ ବନ୍ୟା ପରିସ୍ଥିତି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତିନିଦିନ ତଳୁ ଆରମ୍ଭ ହୋଇଥିବା ବର୍ଷା ଓ ଆକସ୍ମିକ ବନ୍ୟାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୧୦ ଜଣ ଟେନେସିର ବୋଲି ଜଣାପଡ଼ିଛି। ଜାତୀୟ ପାଣିପାଗ ସେବା ସୂଚନା ଅନୁଯାୟୀ, ଏକାଧିକ ରାଜ୍ୟରେ ୨୦ରୁ ଅଧିକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସହିତ ରାସ୍ତା, ପୋଲ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନଷ୍ଟ ହୋଇଥିବା ରିପୋର୍ଟ ମିଳିଛି। ଟେକ୍ସାସରୁ ଓହିଓ ପର୍ଯ୍ୟନ୍ତ କେନ୍ଦ୍ରୀୟ ଆମେରିକାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସଙ୍କଟ ବଢ଼ିଯାଇଛି। ଏହି ଅଂଚଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ବନ୍ୟା ଆନ୍ତଃରାଜ୍ୟ ବାଣିଜ୍ୟକୁ ପ୍ରଭାବିତ କରିଛି।

Leave A Reply

Your email address will not be published.