ଦିଲ୍ଲୀ ବିଧାନସଭାରୁ ଏକ ସୁଡ଼ଙ୍ଗ ଠାବ

ଦିଲ୍ଲୀ: ସେପ୍‌ଟେମ୍ବ ୩: ଆଜି ଦିଲ୍ଲୀ ସ୍ଥିତ ବିଧାନସଭା ନିକଟରୁ ଏକ ସୁଡ଼ଙ୍ଗର ମୁହଁ ଠାବ କରାଯାଇଛି । ଏହି ସୁଡ଼ଙ୍ଗ ଲାଲ୍‌ କିଲ୍ଲା ପର୍ଯ୍ୟନ୍ତ ବିସ୍‌ୃìତ ବୋଲି ବିଧାନସଭା ବାଚସ୍ପତି ରାମ ନିବାସ ଗୋୟଲ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ତାଙ୍କ ସୂଚନା ଅନୁସାରେ, ସ୍ୱାଧୀନତ ସଂଗ୍ରାମୀମାନଙ୍କୁ କୋର୍ଟକୁ ଆଣିବାକୁ ହେଲେ ବି୍ରଟିଶମାନେ ଏହି ସୁଡ଼ଙ୍ଗକୁ ବ୍ୟବହାର କରୁଥିଲେ ।
୧୯୯୩ ମସିହାରେ ରାମ ନିବାସ ଯେତେବେଳେ ବିଧାୟକ ହୋଇଥିଲେ, ସେ ଏହି ସୁଡ଼ଙ୍ଗ ବିଷୟରେ ଜାଣିବାକୁ ପାଇଥିଲେ । ଅଧିକ ଜାଣିବ ପାଇଁ ସେ ଇତିହାସର ପୃଷ୍ଠା ଖୋଜିଥିଲେ, ହେଲେ କିଛି ସଠିକ୍‌ ପ୍ରମାଣ ପାଇନଥିଲେ । ତେବେ ଏବେ ଏହି ସୁଡ଼ଙ୍ଗର ମୁହଁ ଠାବ ହେବା ପରେ ତାହାକୁ ସମ୍ପୂର୍ଣ୍ଣ ଖୋଲାଯାଇ ନାହିଁ । କାରଣ ମେଟ୍ରୋ ପ୍ରୋଜେକଫ ଓ ସେ୍ୱରେଜ ସିଷ୍ଟମ ସକାଶେ ସୁଡ଼ଙ୍ଗର ପଥ ନଷ୍ଟ ହୋଇଥାଇପାରେ ବୋଲି ଅନୁମାନ କରାଯାଇଛି ।
୧୯୧୨ ମସିହାରେ ରାଜଧାନୀ କୋଲକାତାରୁ ଦିଲ୍ଲୀକୁ ସ୍ଥାନାନ୍ତର ହୋଇଥିଲା ଏବଂ ଦିଲ୍ଲୀ ବିଧାନସଭାକୁ କେନ୍ଦ୍ରୀୟ ବିଧାନସଭା ଭାବେ ବ୍ୟବହାର କରାଗଲା । ପରେ ୧୯୨୬ ମସିହାରେ ଏହାକୁ ଏକ କୋର୍ଟରେ ରୂପାନ୍ତରିତ କରାଗଲା । ସେହି କୋର୍ଟକୁ ବ୍ରିଟିଶମାନେ ଠାବ ହୋଇଥିବା ସୁଡ଼ଙ୍ଗ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଆଣୁଥିଲେ ।
ସୁଡ଼ଙ୍ଗର ଅଧିକ ତଥ୍ୟ ଦେଇ ସେ କହିଛନ୍ତି, ଏହି ସୁଡ଼ଙ୍ଗରେ ଏକ ଫାଶୀ ଗୃହ ରହିଛି । ଏଠାରେ କିଛି ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ଫାଶୀ ଦିଆଯାଉଥିଲା । ସ୍ୱାଧୀନତା ସଂଗ୍ରାମ ସହିତ ଅନେକ ସ୍ମୃତି ଦିଲ୍ଲୀ ବିଧାନସଭା ସହିତ ଜଡ଼ିତ ରହିଛି । ତେବେ କେହି କେବେ ଏହାକୁ ଖୋଲି ନାହାନ୍ତି । ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ସ୍ୱାଧୀନତ ସଂଗ୍ରାମୀଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ପର୍ଯ୍ୟଟକଙ୍କ ପାଇଁ ସୁଡ଼ଙ୍ଗକୁ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

Comments are closed.