ଭୁବନେଶ୍ୱର: ଅଗଷ୍ଟ ୧୮: ଚଳିତ ବର୍ଷ ଦୀପାବଳି ଉତ୍ସବରେ ଉତ୍ତରପ୍ରଦେଶସରକାର ୭.୫ ଲକ୍ଷ ମାଟି ଦୀପ ଜାଳିବାର ଳକ୍ଷ୍ୟ ରଖିଛନ୍ତି । ଅଯୋଧ୍ୟାରେ ଥିବା ସୂର୍ଯ୍ୟା ନଦୀ ଘାଟରେ ଦୀପାବଳି ପୂର୍ବ ଦିନ ଏହି ମାଟି ଦୀପ ଜାଳିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଉତ୍ତରପ୍ରଦେଶ ସରକାର ସୂର୍ଯ୍ୟା ନଦୀ ଘାଟରେ ୨୦୨୦ରେ ‘ଦୀପସେିାବ’ କାର୍ଯ୍ୟକ୍ରମରେ ୫.୫ ଲକ୍ଷ ମାଟି ଦୀପ ଜାଳି ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ । ନିଜର ପୂର୍ବ ରେକର୍ଡକୁ ଭାଙ୍ଗିବା ସକାଶେ ରାଜ୍ୟ ସରକାର ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମର ଦାୟିତ୍ୱ ରାଜ୍ୟର ପର୍ଯ୍ୟଟନ ବିଭାଗକୁ ଦିଆଯାଇଛି । ଏଥିରେ ପ୍ରାୟ ୭ ହଜାର ସେ୍ୱଚ୍ଛାସେବୀ ଭାଗ ନେବେ । ସୂଚନା ଅନୁସାରେ କାର୍ଯ୍ୟକ୍ରମକୁସୁଚାରରୂପେ ପରିଚାଳନା କରିବା ପାଇଁ ସେ୍ୱଚ୍ଛାସେବୀମାନେ ତିନି ଥର ଅଭ୍ୟାସ କରିବେ । ଏଥିରେ ବହୁ ପର୍ଯ୍ୟଟକ ସାମିଲ ମଧ୍ୟ ହେବ । ତେବେ ଆସନ୍ତା ନଭେମ୍ବର ୪ ତାରିଖରେ ଦୀପାବଳି ପାଳନ ହେବାକୁ ଯାଉଥିବାରୁ, ତା’ ପୂର୍ବ ଦିନ ଏହି କାର୍ଯକ୍ରମ ଅନୁଷ୍ଠିତ ହେବାର ଲକ୍ଷ୍ୟ ରଖାଯାଇଛି ।
Comments are closed.