ଦୀପିକାଙ୍କ ଅଡିଓ ଫେଷ୍ଟିଭାଲ

ଦିଲ୍ଲୀ: ଜୁଲାଇ ୨୧: ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ସୋସିଆଲ ମିଡିଆ ପେଜ୍‌ରେ କେୟାର ପ୍ୟାକେଜ୍‌ ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଲୋକପ୍ରିୟ ସୋସିଆଲ ନେଟୱାର୍କିଂ ଆପ୍‌ କ୍ଲବ୍‌ ହାଉସ୍‌ରେ ଏହା ଆୟୋଜିତ ହୋଇଛି । ତେବେ ଦୁନିଆର ଏହା ପ୍ରଥମ ଅଡିଓ ଫେଷ୍ଟିଭାଲ । ଏହି କାର୍ଯ୍ୟକ୍ରମରେ ଯତ୍ନକୁ ପ୍ରାଥମିକତା ଦେଉଥିବା ବିଶ୍ୱସ୍ତରୀୟ ନେତାଙ୍କ ଦ୍ୱାରା ଆଲୋଚନା ଏବଂ କାର୍ଯ୍ୟ ପ୍ରଦର୍ଶିତ ହେବ ବୋଲି ଦୀପିକା କହିଛନ୍ତି । ମୂଲ୍ୟବାନ ପାରସ୍ପରିକ କଥାବାର୍ତ୍ତା ପାଇଁ ଜୟ ସେଟ୍ଟୀ, ରାଧି ଦେବଲୁକିଆ, ଜୋଭାନି ଭେରେଲାନ, ଆରତୀ ରାମମୂର୍ତ୍ତି, ଶ୍ରୀରାମ କୃଷ୍ଣନ ପରି ବ୍ୟକ୍ତିତ୍ୱ ଏହି କ୍ଲବ ହାଉସ୍‌ରେ ସାମିଲ ହୋଇଛନ୍ତି । ଏହି ଫେଷ୍ଟିଭାଲ୍‌ର ପ୍ରାୟ ୩ଟି ଥିମ୍‌କୁ ସାମିଲ କରାଯାଇଛି ଯାହା ଦର୍ଶକମାନଙ୍କ ସହିତ ବକ୍ତାମାନେ ଆଲୋଚନା କରିପାରିବେ । ଏହି ତିନୋଟି ଥିମ୍‌ ମଧ୍ୟରୁ ପ୍ରଥମ ବିଷୟବସ୍ତୁ ମୋର ଯତ୍ନ ସହିତ ମୋର ସମ୍ପର୍କ ଉପରେ ପର୍ଯ୍ୟବେସିତ ଥିଲା । ଏହି ବିଷୟବସ୍ତୁ ଉପରେ ନିଜେ ଦୀପିକା ବକ୍ତା ଭାବରେ ଆଲୋଚନା କରିଥିଲେ । ଅନ୍ୟ ବକ୍ତାମାନଙ୍କ ମଧ୍ୟରେ ଥିଲେ ଆରତି ରାମମୂର୍ତ୍ତି, ରାଘବ କେକେ ଏବଂ ଶ୍ରୀରାମ କୃଷ୍ଣନ ।
ଗତ କିଛି ବର୍ଷ ଧରି ଦୀପିକା ପାଦୁକୋନ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସର୍ବଦା ସ୍ୱର ଉତ୍ତୋଳନ କରିଆସୁଛନ୍ତି । ମାନସିକ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦୀପିକା ୨୦୧୫ରେ ଲାଇଭ୍‌-ଲଭ୍‌-ଲାଫ୍‌ ଫାଉଣ୍ଡେସନ ଆରମ୍ଭ କରିଥିଲେ ।

Comments are closed.