ଦିଲ୍ଲୀ: ଜୁଲାଇ ୨୧: ଗତ ୨୪ ଘଣ୍ଟାରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୧୫ ଚିହ୍ନଟ ହୋଇଥିଲାବେଳେ ମୃତୁ୍ୟ ସଂଖ୍ୟା ରହିଛି ୩ ହଜାର ୯୯୮ । ଆଜିର ମୃତୁ୍ୟସଂଖ୍ୟା ସହ ଦେଶରେ ମୋଟ କରୋନାଜନିତ ମୃତୁ୍ୟସଂଖ୍ୟା ୪ ଲକ୍ଷ ୧୮ ହଜାର ୪୮୦ ହୋଇଛି ।
ସେହିପରି ୨୪ ଘଣ୍ଟାରେ ୩୬ ହଜର ୯୭୭ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ସୁସ୍ଥତା ହାର ୯୭. ୩୬ ପ୍ରତିଶତ ବୃଦ୍ଧି ପାଇଛି ।
ଅନ୍ୟପକ୍ଷେ, ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୦୯ ପ୍ରତିଶତ ରହିଥିଲାବେଳେ, ଦୈନିକ ସଂକ୍ରମଣ ହାର ୨.୨୭ ପ୍ରତିଶତ ରହିଛି ।
Comments are closed.