ଦିଲ୍ଲୀ : ଜୁଲାଇ ୨୭: ଦେଶରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ନୂଆ ରୋଗୀଙ୍କଠାରୁ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି । ୨୪ ଘଣ୍ଟାରେ ଦେଶରେ ୨୯ ହଜାର ୬୮୯ ଜଣ କରୋନାରେ ସଂକ୍ରମିତ ହୋଇଥିଲାବେଳେ ୪୨ ହଜାର ୩୬୩ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଏପର୍ଯ୍ୟନ୍ତ ମୋଟ୍ ୩ କୋଟି ୬ ଲକ୍ଷ ୨୧ ହଜାର ୪୬୯ ଜଣ ସୁସ୍ଥ ହୋଇସାରିଲେଣି । ସୁସ୍ଥତା ହାର ୯୭.୩୯ ପ୍ରତିଶତ ରହିଛି ।
ଦୈନିକ ପଜିଟିଭିଟି ହାର ୧.୭୩ ପ୍ରତିଶତ ରହିଥିଲା ବେଳେ ସାପ୍ତାହିକ ପଜିଟିଭିଟି ହାର ୨.୩୩ ପ୍ରତିଶତ ରହିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଗତ ୨୪ ଘଣ୍ଟାରେ ୪୧୫ ଜଣ କରୋନା ରୋଗୀଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ କରୋନାଜନିତ ମୃତୁ୍ୟ ସଂଖ୍ୟା ୪ ଲକ୍ଷ ୨୧ ହଜାର ୩୮୨ କୁ ବୃଦ୍ଧି ପାଇଛି ।
ସେହିପରି ଗତ ୨୪ ଘଣ୍ଟାରେ ୬୬ଲକ୍ଷ ୩ ହଜାର ୧୧୨ ଜଣ ଲୋକ କରୋନା ଟିକା ନେଇଛନ୍ତି । ଏମାନଙ୍କୁ ମିଶାଇ ଏପର୍ଯ୍ୟନ୍ତ ଦେଶରେ ମୋଟ୍ ୪୪ କୋଟି ୧୯ ଲକ୍ଷ ୧୨ ହଜାର ୩୯୫ ଜଣ ଲୋକ ଟିକା ନେଇ ସାରିଲେଣି ।
Comments are closed.