ଭୁବନେଶ୍ୱର: ଜୁଲାଇ ୧୬: ଦେଶରେ ୨୪ ଘଂଟାରେ ରେକର୍ଡ ସଂଖ୍ୟକ ୩୨,୬୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ୬୦୬ ଜଣ ମୃତ୍ୟୁବରଣ କରିଛନ୍ତି I ଏହା ସହ, ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୬୮,୮୭୬ କୁ ବୃଦ୍ଧି ପାଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୨୪,୯୧୫ ରେ ପହଂଚିଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ମୋଟ ୬,୧୨, ୮୨୪ ଜଣ କରୋନା ରୋଗୀ ସୁସ୍ଥ ହେଇସାରିଛନ୍ତି, ଯାହା ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାର ପ୍ରାୟ ଦୁଇଗୁଣ ହେବ I ଏବେ ଚିଳକିତ୍ସାଧିନ ଅଛନ୍ତି ୩,୩୧,୧୪୬ ଜଣ I
ଆରୋଗ୍ୟଲାଭ କରୁଥିବା ରୋଗୀଙ୍କ ହାର ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହା ଏବେ ୬୩.୨୪ % ରେ ପହଂଚିଛି I
ଅନ୍ୟପକ୍ଷରେ, କରୋନା ଆକ୍ରାନ୍ତ ସଂଖ୍ୟା ଅନୁସାରେ, ଭାରତ ଏବେ ଆମେରିକା ଓ ଵ୍ରଜ଼ୀଲ ପରେ ତୃତୀୟ ସ୍ଥାନରେ ରହିଛି I
ରାଜ୍ୟଗୁଡିକ ମଧ୍ୟରେ, ମହାରାଷ୍ଟ୍ର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଇଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି I ଏବେ ମହାରାଷ୍ଟ୍ର ରେ ୨,୭୫,୬୪୦ ଜଣ କରୋନା ରେ ଆକ୍ରାନ୍ତ ହେଇସାରିଥିବା ବେଳେ, ମୋଟ ୧୦,୯୨୮ ଜଣଙ୍କର ମୃତ୍ୟୁ ହେଇଛି I
ଦ୍ଵିତୀୟ ସ୍ଥାନରେ ଅଛି ତାମିଲନାଡୁ I ଏ ପର୍ଯ୍ୟନ୍ତ ତାମିଲନାଡୁ ରେ ୧,୫୧,୮୨୦ ଜଣ ଆକ୍ରାନ୍ତ ଚିହ୍ନଟ ହେଇସାରିଛନ୍ତି ଏବଂ ମୋଟ ୨,୧୬୭ ଜଣ ମୃତ୍ୟୁବରଣ କରିଛନ୍ତି I
ତୃତୀୟ ସ୍ଥାନରେ ଅଛି ଦିଲ୍ଲୀ ଏବଂ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୯୯୩ ରେ ପହଂଚିଛି I
Comments are closed.