ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ଟପିଲା ; ୨୪ ଘଣ୍ଟାରେ ୬୦ ହଜାର ୯୬୩ ଟି ନୂଆ କେଶ ଚିହ୍ନଟ

ଭୁବନେଶ୍ୱର : ଅଗଷ୍ଟ ୧୨ : ଭାରତ ରେ ଏ ପର୍ଯ୍ୟନ୍ତ ୨୩ ଲକ୍ଷ ରୁ ଉର୍ଦ୍ଧ୍ୱ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇସାରିଲେଣି I ଆଜି ସୁଦ୍ଧା କୋଭିଡ ପଜିଟିଭ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୮ ରେ ପହଂଚିଛି I ଗତ ୨୪ ଘଣ୍ଟାରେ ୬୦ ହଜାର ୯୬୩ ଟି ନୂଆ କେଶ ଚିହ୍ନଟ ହେଇଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ୨୪ ଘଣ୍ଟାରେ ୮୩୪ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି I ଏଥିସହ ଦେଶରେ
କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪୬ ହଜାର ୯୧ କୁ ବୃଦ୍ଧି ପାଇଛି I
ସେହିପରି, ୨୪ ଘଣ୍ଟାରେ ସୁସ୍ଥ ହେଇଛନ୍ତି ୫୬ ହଜାର ୧୧୦ କରୋନା ଆକ୍ରାନ୍ତ ଏବଂ ଏ ପର୍ଯ୍ୟନ୍ତ ସୁସ୍ଥ ହେଇସାରିଛନ୍ତି ୧୬ ଲକ୍ଷ ୩୯ ହଜାର ୫୯୯ ଜଣ I
ତେଣୁ, ଏ ପର୍ଯ୍ୟନ୍ତ ଚିହ୍ନଟ ହେଇଥହିବା ମୋଟ ୨୩ ଲକ୍ଷ ୨୯ ହଜାର ୬୩୮ କେଶ ମଧ୍ୟରୁ ସୁସ୍ଥ ହେଇସାରିଛନ୍ତି ୧୬ ଲକ୍ଷ ୩୯ ହଜାର ୫୯୯ ଜଣ I ଏହାଦ୍ୱାରା, ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ହାର ୭୦.୩୮% ରେ ପହଂଚିଛି I
ବର୍ତ୍ତମାନ ଭାରତରେ ୬ ଲକ୍ଷ ୪୩ ହଜାର ୯୪୮ ଟି କେଶ ସକ୍ରିୟ ଅଛି I
ଦେଶରେ କରୋନା ଜନିତ ମୃତ୍ୟୁ ହାର କରିବାରେ ଲାଗିଛି ଏବଂ ଏହା ଆଜି ୧.୯୮ % ରେ ପହଂଚିଛି I

Comments are closed.