ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୧ କୁ ବୃଦ୍ଧି; ୨୪ ଘଂଟାରେ ୬୯ ହଜାର ୮୭୮ ଟି ନୂଆ କେଶ

ଭୁବନେଶ୍ୱର : ଅଗଷ୍ଟ ୨୨: ଦେଶରେ ୨୪ ଘଂଟାରେ, ୬୯ ହଜାର ୮୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି ଏବଂ ଏହାକୁ ମିଶାଇ, ଭାରତ ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୧ ଜଣ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁଯାଇ, ୨୪ ଘଂଟାରେ ୯୪୫ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି ଏବଂ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୫ ହଜାର ୭୯୪ ରେ ପହଂଚିଛି I
ଅନ୍ୟ ପକ୍ଷରେ, ଗୋଟିଏ ଦିନରେ ୬୩ ହଜାର ୬୩୧ ଜଣ ସୁସ୍ଥ ହେଇଛନ୍ତି ଏବଂ ଏଥିସହ, ଏ ପର୍ଯ୍ୟନ୍ତ ମୋଟ ୨୨ ଲକ୍ଷ ୨୨ ହଜାର ୫୭୭ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇସାରିଛନ୍ତି I ଦେଶରେ ସୁସ୍ଥତା ହାର ଶତକଡା ୭୪.୬୯ ରେ ପହଂଚିଛି I ସକ୍ରିୟ ରୋଗୀଙ୍କ ସଂଖ୍ୟା ଏବେ ୬ ଲକ୍ଷ ୯୭ ହଜାର ୩୩୦ ରହିଛି I

Comments are closed.