ଭୁବନେଶ୍ୱର: ଜୁଲାଇ ୨୮: ଦେଶରେ ଜୁଲାଇ ୨୮ ତାରିଖରେ ୪୭,୭୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୩,୧୫୭ କୁ ବୃଦ୍ଧି ପାଇଛି I ୨୪ ଘଂଟାରେ ୬୫୪ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I
ସକାଳ ୮ ଟା ରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଅପଡେଟ ହେଇଥିବା ଡାଟା ଅନୁସାରେ, ଦେଶରେ ଏ ପର୍ଯ୍ୟନ୍ତ ମୋଟ ୩୩,୪୨୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି I
ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ହାର ବଢ଼ିବାରେ ଲାଗିଛି I ୨୪ ଘଂଟାରେ ୩୫ ହଜାର ରୁ ଉର୍ଦ୍ଧ୍ଵ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଏ ପର୍ଯ୍ୟନ୍ତ ଦେଶରେ ମୋଟ ୯,୫୨,୭୪୩ ଜଣ ସୁସ୍ଥ ହେଇସାରିଲେଣି I ସୁସ୍ଥ ହେଇଥିବା କରୋନା ଆକ୍ରାନ୍ତଙ୍କ ହାର ଶତକଡା ୬୪.୨୩ କୁ ବୃଦ୍ଧି ପାଇଛି I
ସେହିପରି, ଏବେ ମୋଟ ୪,୯୬,୯୮୮ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି I
ରାଜ୍ୟ ଗୁଡିକ ମଧ୍ୟରେ, ମହାରାଷ୍ଟ୍ର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୮୩,୭୨୩ କୁ ବୃଦ୍ଧି ପାଇଛି ଏବଂ ଗତ ୨୪ ଘଂଟାରେ ୭,୯୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ତାମିଲନାଡୁ ସଂକ୍ରମିତ ଙ୍କ ସଂଖ୍ୟା ୨,୧୩,୭୨୩ ରେ ପହଁଚିଥିବା ବେଳେ, ଦିଲ୍ଲୀ ରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୨୧୯ କୁ ବୃଦ୍ଧି ପାଇଛି I ଦିଲ୍ଲୀ ରେ ଗତ ୨୪ ଘଂଟାରେ ମାତ୍ର ୬୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I
ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକ ରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ରୁ ଉର୍ଦ୍ଧ୍ଵ ରେ ପହଂଚିଛି I ଆନ୍ଧ୍ର ପ୍ରଦେଶ ରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୨,୩୪୯ ଥିବା ବେଳେ, କର୍ଣ୍ଣାଟକ ରେ ୧,୦୧,୪୬୫ ରହିଛି I
ଉତ୍ତର ପ୍ରଦେଶ, ପଶ୍ଚିମ ଵଂଗ, ତେଲେଙ୍ଗାନା ଓ ଗୁଜରାଟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୫୦ ହଜାର ଟପି ସାରିଛି I
Comments are closed.