ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୮୨୦୪ ରହିଛି

ଭୁବନେଶ୍ୱର: ଅଗଷ୍ଟ ୧୦: ଦେଶରେ ବୃଦ୍ଧି ପାଉଛି ସୁସ୍ଥତା ହାର । ବର୍ତ୍ତମାନ ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୪୫ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୨୮ ହଜାର ୨୦୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ୪୧ ହଜାର ୫୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ କରୋନାରୁ ସୁସ୍ଥଙ୍କ ହେଲେଣି ୩ କୋଟି ୧୧ ଲକ୍ଷ ୮୦ ହଜାର ୯୬୮ଜଣ ।
ଏହାସହ ଦେଶରେ ଗତ ୨୪ ଘଣ୍ଟାରେ ୩୭୩ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୨୮ ହଜାର ୬୮୨ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇସାରିଲାଣି ।
ବର୍ତ୍ତମାନ ଦେଶରେ ୩ଲକ୍ଷ ୮୮ ହଜାର ୫୦୮ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଛନ୍ତି । ଦେଶର ସାପ୍ତାହିକ ସଂକ୍ରମଣ ହାର ୨.୩୬ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣହାର ୧.୮୭ ପ୍ରତିଶତ ରହିଛି । ଦେଶରେ ମୋଟ ୫୧,୪୫,୦୦,୨୬୮ ଜଣ ଲୋକ କରୋନା ଟିକା ନେଇସାରିଲେଣି ।

Comments are closed.