ଭୁବନେଶ୍ୱର: ଅଗଷ୍ଟ ୧୯: ଦେଶରେ ଗତ ୨୪ ଘଂଟାରେ ୬୪ ହଜାର ୫୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୧୦୯୨ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି I
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ଆଜି ସୁଦ୍ଧା ଭାରତରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୬୭ ହଜାର ୨୭୩ ରେ ପହଂଚିଛି I ସେହିପରି, ୨୪ ଘଂଟାରେ ମୃତ୍ୟୁବରଣ କରିଥିବା ୧୦୯୨ ଜଣଙ୍କୁ ମିଶାଇ, କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୨ ହଜାର ୮୮୯ କୁ ବୃଦ୍ଧି ପାଇଛି I
ଆରୋଗ୍ୟଲାଭ କରୁଥିବା ରୋଗୀଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତ ରେ ବଢି ଚାଲିଛି I ୨୪ ଘଂଟାରେ ୬୦ ହଜାର ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି ଏବଂ ସୁସ୍ଥ ହେଇଥିବା ମୋଟ ରୋଗୀଙ୍କ ସଂଖ୍ୟା ୨୦ ଲକ୍ଷ ୩୭ ହଜାର ୮୭୦ ରେ ପହଂଚିଛି I ଦେଶର ସୁସ୍ଥତା ହାର ୭୩.୬୪ % କୁ ବୃଦ୍ଧି ପାଇଛି I ମୃତ୍ୟୁହାର ହ୍ରାସ ପାଇ ୧.୯୧ % ରେ ପହଂଚିଛି I
ଏବେ ମୋଟ ୬ ଲକ୍ଷ ୭୬ ହଜାର ୫୧୪ ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି I
Comments are closed.