ଦିଲ୍ଲୀ: ସେପ୍ଟେମ୍ବର ୧: ଗତ କାଲି ଅପେକ୍ଷା ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧,୯୬୫ ରହିଛି । ଆଜିର ସଂକ୍ରମିତଙ୍କୁ ମିଶାଇ ଏବେ ଦେଶରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୭୮ ହଜାର ୧୮୧ ରହିଛି । ସୁସ୍ଥତା ହାର ୯୭.୫୧ ପ୍ରତିଶତ ରହିଥିଲା ବେଳେ ଗତ ୨୪ ଘଣ୍ଟାରେ ୩୩,୯୬୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୧୯ ଲକ୍ଷ ୯୩ ହଜାର ୬୪୪ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
ଅନ୍ୟପକ୍ଷେ ଗତ ୨୪ ଘଣ୍ଟାରେ ଆଜି ୪୬୦ ଜଣଙ୍କର କରୋନାରୁ ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୯ ହଜାର ୨୦ ଜଣ କରୋନା ସଂକ୍ରମିତଙ୍କ ମୃତୁ୍ୟ ହେଲାଣି ।
ଦେଶରେ ସାପ୍ତାହିକ ସଂକ୍ରମଣ ହାର ୨.୫୮ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୬୧ ପ୍ରତିଶତ ରହିଛି । ଦେଶରେ ମୋଟ ୬୫ କୋଟି ୪୧ ଲକ୍ଷ ୧୩ ହଜାର ୫୦୮ ଜଣ ଲୋକ କରୋନା ଟିକା ନେଇସାରିଲେଣି ।
Comments are closed.