ଦେଶରେ ବଢୁଛି ସୁସ୍ଥତା ହାର, ଦିନକରେ ୪୧ ହଜାର ୧୫୭ ସଂକ୍ରମିତ

ଦିଲ୍ଲୀ: ଜୁଲାଇ ୧୮: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୧୫୭ ଜଣ କାରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ରେ ସୁସ୍ଥ ହେଇଛନ୍ତି ୪୨,୦୦୪ ଜଣ I ଅନ୍ୟପକ୍ଷରେ ଦିନକରେ ୫୧୮ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I

ଦେଶରେ ସୁସ୍ଥତା ହାର ମଧ୍ୟ ବଢ଼ିବାରେ ଲାଗିଛି I ଆଜି ସୁସ୍ଥତା ହାର ୯୭.୩୧ ଅଛି I ସେହିପରି ସକ୍ରିୟ ରୋଗୀଙ୍କ ସଂଖ୍ୟା ୪,୨୨,୬୬୦ କୁ ହ୍ରାସ ପାଇଛି I
ଦେଶରେ ସାପ୍ତାହିକ ପାଜିଟିଭିଟି ହାର ୨.୦୮ ପ୍ରତିଶତ ରହିଥିଲା ବେଳେ ଦୈନିକ ପାଜିଟିଭିଟି ହାର ୨.୧୩ ପ୍ରତିଶତ ରହିଛି।

ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ଦେଶରେ ୩ କୋଟି ୧୧ ଲକ୍ଷ ୬ ହଜାର ଲୋକ କରୋନାରେ ସଂକ୍ରମିତ ହୋଇସାରିଲାଣି। ଏମାନଙ୍କ ମଧ୍ୟରୁ ୩ କୋଟି ୨ ଲକ୍ଷ ୬୯ ହଜାର ୭୯୬ ଜଣ ସୁସ୍ଥ ହୋଇଥିବା ବେଳେ ୪ ଲକ୍ଷ ୧୩ ହଜାର ୬୦୯ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.