ଦିଲ୍ଲୀ: ଅଗଷ୍ଟ ୧୩: ଦେଶରେ ଧୀରେ ଧୀରେ ସୁସ୍ଥତା ହାର ବଢ଼ିବାରେ ଲାଗିଛି । ଗତ ଦୁଇ ଦିନ ହେବ ଦେଶରେ ୯୭.୪୫ ପ୍ରତିଶତ ସୁସ୍ଥତା ହାର ରହିଥିଲାବେଳେ ଗତ ୨୪ ଘଣ୍ଟାରେ ସୁସ୍ଥତା ହାର ପ୍ରଥମ ଥର ପାଇଁ ସର୍ବାଧିକ ୯୭.୪୬ ପ୍ରତିଶତରେ ପହଞ୍ଚିଛି । ଯାହା ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର କଥା । ସେହିପରି ୨୪ ଘଣ୍ଟାରେ ୪୨,୨୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ଏବେ ୩ କୋଟି ୧୩ ଲକ୍ଷ ୨ ହଜାର ୩୪୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି ।
୨୪ ଘଣ୍ଟାରେ ଦେଶରେ ୪୦, ୧୨୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୫ ହଜାର ୨୨୭ ରହିଛି ।
ଏହାସହ ଦେଶରେ ୫୮୫ ଜଣ ସଂକ୍ରମିତଙ୍କର ମୃତୁ୍ୟ ହୋଇଛି । ଏପର୍ଯ୍ୟନ୍ତ ଦେଶରେ କରୋନାରେ ମୋଟ ୪ ଲକ୍ଷ ୩୦ ହଜାର ୨୫୪ ଜଣ ରୋଗୀଙ୍କ ମୃତୁ୍ୟ ହୋଇସାରିଲାଣି ।
ସାପ୍ତାହିକ ସଂକ୍ରମଣ ହାର ୨.୧୩ ପ୍ରତିଶତ ରହିଥିଲାବେଳେ ଦୈନିକ ସଂକ୍ରମଣ ହାର ୨.୦୪ ପ୍ରତିଶତ ଦେଶରେ ରହିଛି । ଦେଶରେ ମୋଟ ୫୨ କୋଟି ୯୫ ଲକ୍ଷ ୮୨ ହଜାର ୯୫୬ ଜଣ ଲୋକ କରୋନା ଟିକା ନେଇସାରିଲେଣି ।
Comments are closed.