ଦେଶରେ ୨୪ ଘଂଟାରେ ସର୍ବାଧିକ ୩୮,୯୦୨ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ କୁ ବୃଦ୍ଧି
ଭୁବନେଶ୍ୱର: ଜୁଲାଇ ୧୯: ଭାରତରେ ୨୪ ଘଂଟାରେ ୩୮,୯୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୭ ହଜାର ୬୧୮ କୁ ବୃଦ୍ଧି ପାଇଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ତଥ୍ୟ ଅନୁସାରେ, ୩ ଲକ୍ଷ ୭୩ ହଜାର ୩୭୯ ଜଣ କରୋନା ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅଛନ୍ତି ଏବଂ ୬ ଲକ୍ଷ ୭୭ ହଜାର ୪୨୩ ଜଣ ସୁସ୍ଥ ହେଇସାରିଛନ୍ତି I ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ହାର ଶତକଡା ୬୨.୮୬ ଅଛି I
୨୪ ଘଂଟାରେ ୫୪୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହେଇଛି ଏବଂ ଏ ପର୍ଯ୍ୟନ୍ତ ଦେଶରେ ୨୬ ହଜାର ୮୧୬ ଜଣଙ୍କର ମୃତ୍ୟୁବରଣ କରିଛନ୍ତି I
ICMR ର ରିପୋର୍ଟ ଅନୁସାରେ, ୧୮ ତାରିଖ ପର୍ଯ୍ୟନ୍ତ ଏକ କୋଟି ୩୭ ଲକ୍ଷ ୯୧ ହଜାର ୮୬୯ ଟି ସାମ୍ପଲ ପରୀକ୍ଷା କରାଯାଇଛି I କେବଳ ଶନିବାର ଦିନ ୩ ଲକ୍ଷ ୫୮ ହଜାର ୧୨୭ ଟି ସାମ୍ପଲ ୭ ହେଇଛି I
Comments are closed.