ଦେଶରେ ୨୪ ଘଣ୍ଟାରେ ୪୦ ହଜାରରୁ ଉର୍ଦ୍ଧ୍ୱ କରୋନା ସଂକ୍ରମଣ ଚିହ୍ନଟ

ଦିଲ୍ଲୀ: ଅଗଷ୍ଟ ୪: ଗତ ୨୪ ଘଣ୍ଟାରେ ଦେଶରେ ୪୨, ୬୨୫ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା ବେଳେ ୫୬୨ ଜଣ ସଂକ୍ରମିତଙ୍କ ମୃତୁ୍ୟ ହୋଇଛି । ଏହି ତଥ୍ୟକୁ ମିଶାଇ ଦେଶରେ ମୋଟ କୋଭିଡ ସଂକ୍ରମଣ ମାମଲା ୩କୋଟି ୧୭ ଲକ୍ଷ ୬୯ ହଜାର ୧୩୨ ରହିଛି । ସେହିପରି ଦେଶରେ ମୋଟ ମୃତୁ୍ୟ ସଂଖ୍ୟା ୪ ଲକ୍ଷ ୨୫ ହଜାର ୭୫୭ ରହିଛି ।
୨୪ ଘଣ୍ଟାରେ ୩୬ ହଜାର ୬୬୮ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହି ସୁସ୍ଥମାନଙ୍କୁ ମିଶାଇ ଦେଶରେ ମୋଟ୍‌ ୩ କୋଟି ୯ ଲକ୍ଷ ୩୩ ହଜାର ୨୨ ଜଣ ସୁସ୍ଥ ହୋଇସାରିଲେଣି ।
ଏହା ବ୍ୟତୀତ ଏବେ ଦେଶରେ ସମୁଦାୟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୧୦ ହଜାର ୩୫୩ ରହିଛି । ସାପ୍ତାହିକ ପଜିଟିଭିଟି ୨.୩୬ ପ୍ରତିଶତ ରହିଥିଲା ବେଳେ ଦୈନିକ ପଜିଟିଭିଟି ୨.୩୧ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ୍‌ ୪୮ କୋଟି ୫୨ ଲକ୍ଷ ୮୬ ହଜାର ୫୭୦ ଜଣ କରୋନା ଟିକା ନେଇସାରିଲେଣି ।

Comments are closed.