ଦିଲ୍ଲୀ: ଜୁଲାଇ ୨୮: ଦେଶରେ ୨୪ ଘଂଟାରେ ୪୩,୬୫୪ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଥିବା ବେଳେ ୪୧,୬୭୮ ଜଣ ସୁସ୍ଥ ହେଇଛନ୍ତି I ଏଥିସହିତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪,୮୪,୬୦୫ କୁ ବୃଦ୍ଧି ପାଇଥିବା ବେଳେ ଏ ପର୍ଯ୍ୟନ୍ତ ସୁସ୍ଥ ହେଇଥିବା ରୋଗୀଙ୍କ ସଂଖ୍ୟା ୩,୦୬,୬୩,୧୪୭ ରେ ପହଂଚିଛି I ସେହି ଅନୁପାତ ରେ ସୁସ୍ଥତା ହାର ୯୭.୩୯ ପ୍ରତିଶତ କୁ ବୃଦ୍ଧି ପାଇଛି I
ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି I ଏହା ଆଜି ୩,୯୯,୪୩୬ କୁ ହ୍ରାସ ପାଇଛି, ଯାହା ଦେଶରେ ଚିହ୍ନଟ ହେଇଥିବା ମୋଟ ସଂକ୍ରାମିତଙ୍କ ସଂଖ୍ୟାର ୧.୨୭ ପ୍ରତିଶତ I
୨୪ ଘଂଟାରେ ୬୪୦ ଜଣଙ୍କର କରୋନା ରେ ମୃତ୍ୟୁ ହେଇଛି I ମୋଟ ମୃତ୍ୟୁ ସଂଖ୍ୟା ୪,୨୨,୦୨୨ କୁ ବୃଦ୍ଧି ପାଇଛି I
ସାପ୍ତାହିକ ପଜିଟିଭିଟି ହାର ୨.୩୬ ଥିବାବେଳେ ଦୈନିକ ପଜିଟିଭିଟି ହାର ୨.୫୧ ପ୍ରତିଶତ ଅଛି I
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁଯାୟୀ, ଗତକାଲି ପର୍ଯ୍ୟନ୍ତ ୪୪.୬୧ କୋଟି ଡ଼ୋଜ଼ ଟୀକା ଦିଆସାରିଛି I
Comments are closed.