ନୂଆଦିଲ୍ଲୀ, ଅଗଷ୍ଟ ୨୦: ଟିମ୍ ଇଣ୍ଡିଆର ସବୁଠୁ ସଫଳ ଅଧିନାୟକଙ୍କ ମଧ୍ୟରେ ଅନ୍ୟତମ ମହେନ୍ଦ୍ର ସିଂ ଧୋନି ଅଗଷ୍ଟ ୧୫ ତାରିଖ ଦିନ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିବାର ୨୪ ଘଣ୍ଟା ନ ପୁରୁଣୁ ତାଙ୍କୁ ରାଜନୀତି କ୍ଷେତ୍ରକୁ ଆସିବା ପାଇଁ ନିମନ୍ତ୍ରଣ ମିଳିଛି । ଯଦିଓ ଧୋନି ଏ ବିଷୟରେ କୌଣସି ପତିକ୍ରିୟା ଦେଇ ନାହାନ୍ତି, ବିଭିନ୍ନ ରାଜନୈତିକ ଦଳ ତାଙ୍କୁ ନିଜ ଟିମ୍ରେ ସାମିଲ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ସର୍ବପ୍ରଥମେ ଏପରି ଅଫର ଦେଇଛି ବିଜେପି । ପାର୍ଟିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଧୋନିଙ୍କୁ ୨୦୨୪ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ କହିଛନ୍ତି । ସ୍ୱାମୀ ଟ୍ୱିଟ୍ କରି କହିଛନ୍ତି- ଏମ୍ଏସ୍ ଧୋନି କ୍ରିକେଟରୁ ଅବସର ନେଇଛନ୍ତି, ଅନ୍ୟ କେଉଁଥିରୁ ନୁହେଁ । ପ୍ରତିକୂଳ ପରିସ୍ଥିତିରେ ଲଢ଼ିବାର ପ୍ରତିଭା ତାଙ୍କଠାରେ ଅଛି । ସେ ମଧ୍ୟ ଗୋଟିଏ ଟିମ୍ର ନେତୃତ୍ୱ ନେବାରେ ମାହିର । ଏ କଥା ସେ କ୍ରିକେଟ ପଡ଼ିଆରେ ଦେଖାଇଛନ୍ତି । ଏବେ ଏପରି ବ୍ୟକ୍ତି ସାଧାରଣ ଜୀବନକୁ ଆସିବା ଜରୁରୀ । ସେ ୨୦୨୪ ଲୋକସଭା ନିର୍ବାଚନରେ ଲଢ଼ିବା ଉଚିତ ।
Comments are closed.