ନକ୍ସଲ ପ୍ରଭାବିତ ତାଲିକାରୁ ୫ ଜିଲ୍ଲା ବାଦ

ଭୁବନେଶ୍ୱର : ଜୁଲାଇ ୧୧: ନକ୍ସଲ ପ୍ରଭାବିତ ତାଲିକାରୁ ୫ ଜିଲ୍ଲାକୁ ବାଦ ଦିଆଯାଇଛି । ନକ୍ସଲ ପ୍ରଭାବିତ ସୁରକ୍ଷା ସମ୍ପର୍କିତ ଖର୍ଚ୍ଚ(ଏସଆରଇ) ଯୋଜନାରୁ ନୟାଗଡ଼, ଅନୁଗୁଳ, ବୌଦ୍ଧ, ଦେବଗଡ଼ ଏବଂ ସମ୍ବଲପୁର ଜିଲ୍ଲା ବାଦ ପଡ଼ିଥିବା ପୋଲିସି ଡିଜି ଅଭୟ କହିଛନ୍ତି ।
ଡିଜି ଅଭୟ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏହାକୁ ଅନୁମୋଦନ ଦେଇଛନ୍ତି । ନକ୍ସଲମାନଙ୍କ ଆତ୍ମସମର୍ପଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ୨୦୧୯ରେ ମୋଟ୍‌ ୧୩ ଜଣ ଆତ୍ମସମର୍ପଣ କରିଛନ୍ତ । ଚଳିତବର୍ଷ ଜୁଲାଇ ସୁଦ୍ଧା ୧୭ ଜଣ ନକ୍ସଲ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ପାଞ୍ଚ ଜିଲ୍ଲାରେ ସୁରକ୍ଷା ସ୍ଥିତିରେ ସୁଧାର ଆସିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ପୂର୍ବରୁ ୨୦୧୮ ଏପ୍ରିଲ୍‌ରେ ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଏବଂ ଗଞ୍ଜାମକୁ ମାଓବାଦୀ କାର୍ଯ୍ୟକଳାପରୁ ମୁକ୍ତ ଘୋଷିତ କରାଯାଇଥିଲା । ସେହି ଜିଲ୍ଲାଗୁଡ଼ିକୁ କେନ୍ଦ୍ର ସରକାରି ଏହି ଯୋଜନାରୁ ବାଦ୍‌ ଦିଆଯାଇଥିଲା । ଏବେ ସୁଦ୍ଧା ରାଜ୍ୟରେ ୧୧ ଜିଲ୍ଲା ନକ୍ସଲ ପ୍ରଭାବମୁକ୍ତ ହୋଇପାରିଛି । ସୁରକ୍ଷା ସଂକ୍ରାନ୍ତୀୟ ଖର୍ଚ୍ଚ (ଏସଆରଇ) ମାଓବାଦୀ ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ ଦକ୍ଷତା ବିକାଶରେ ଏହି ଯୋଜନା ୨୦୧୨ରେ ଘୋଷଣା କରାଯାଇଥିଲା । ରାଜ୍ୟର ୧୯ଟି ଜିଲ୍ଲା ଏସଆରଇ ଜିଲ୍ଲା ଭାବରେ ଘୋଷିତ ହୋଇଥିଲା । ଗତ କିଛି ବର୍ଷ ମଧ୍ୟରେ ମାଓ ଅଞ୍ଚଳରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଏବଂ ବିକାଶମୂଳକ କାର୍ଯ୍ୟ ଯୋଗୁ ରାଜ୍ୟରେ ଏକ ପରିବର୍ତ୍ତନ ଆସିଛିି ବୋଲି ଶ୍ରୀ ଅଭୟ କହିଛନ୍ତି ।

Comments are closed.