ନୂଆଦିଲ୍ଲୀ: ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ପକ୍ଷରୁ ଶୀର୍ଷ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ନିଲମ୍ବନ କରିଛି। ମାର୍ଚ୍ଚ ୧୦ ତାରିଖରେ ଜାତୀୟ ଦଳ ପାଇଁ ହେଉଥିବା ଚୟନ ବେଳେ ବଜରଙ୍ଗ ପରୀକ୍ଷା ପାଇଁ ନମୁନା ଦେବାକୁ ମନା କରିବାରୁ ତାଙ୍କ ବିରୋଧରେ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି। ପ୍ରଥମେ ନାଡା ଏପ୍ରିଲ ୨୩ ତାରିଖରେ ତାଙ୍କୁ ନିଲମ୍ବନ କରିଥିଲା। ପରେ ବିଶ୍ବ କୁସ୍ତି ସଂଗଠନ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ମଧ୍ୟ ତାଙ୍କୁ ନିଲମ୍ବନ କଲା। ବଜରଙ୍ଗ ଏହା ବିରୋଧରେ ଅପିଲ୍ କରିବାରୁ ନାଡା ଶୃଙ୍ଖଳା କମିଟି ମେ ୩୧ ତାରିଖରେ ନିଲମ୍ବନ ପ୍ରତ୍ୟାହାର କରିଥିଲା। ପରେ ନାଡା ପକ୍ଷରୁ ଜୁନ୍ ୨୩ ତାରିଖରେ ବଜରଙ୍ଗଙ୍କୁ ଦୋଷୀ ଦର୍ଶାଇ ନୋଟିସ୍ କରିଥିଲା ବେଳେ ଜୁଲାଇ ୧୧ ତାରିଖରେ ବଜରଙ୍ଗ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଏକାଧିକ ଥର ଶୁଣାଣି ହେବା ପରେ ତାଙ୍କୁ ୪ ବର୍ଷ ପାଇଁ ନିଲମ୍ବନ ଦଣ୍ଡ ଶୁଣାଯାଇଛି।
Comments are closed.