କାଜୋଲ ବର୍ତ୍ତମାନ ନିଜର ଅପକମିଂ ପ୍ରୋଜେକ୍ଟକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ଫିଲ୍ମ ମା’ର ପ୍ରଥମ ପୋଷcର ରିଲିଜ୍ ହୋଇଛି । ଏହି ପୋଷ୍ଟରରେ କାଜୋଲଙ୍କର ଏକ ଅଲଗା ଅନ୍ଦାଜ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ମଧ୍ୟ ଏହି ପୋଷ୍ଟରକୁ ଖୁବ ସକରାତ୍ମକ ପ୍ରତିକ୍ରିୟା ମିଳିଛି । ଏଥିରେ କାଜୋଲଙ୍କର ଏକ ଶକ୍ତିଶାଳୀ ରୂପ ଦେଖିବାକୁ ମିଳୁଛି, ଯାହା ତାଙ୍କ ଫ୍ୟାନଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମଟିର କାହାଣୀ ସତ୍ୟ ଓ ଅସତ୍ୟର ଲଢେଇକୁ ନେଇ ନିର୍ମାଣ କରାଯାଇଛି । ଫିଲ୍ମର ନିର୍ଦ୍ଦେଶନା ବିଶାଲ ଫୁରିଆ ଦେଇଥିବାବେଳେ ଫିଲ୍ମଟି ଆସନ୍ତା ୨୭ ଜୁନ୍ରେ ରିଲିଜ୍ ହେବା ନେଇ ମେକର୍ସ ଘୋଷଣା କରିଛନ୍ତି । ଫିଲ୍ମଟିର ପୋଷ୍ଟର ଦେଖିବା ପରେ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି । କାଜୋଲଙ୍କୁ ଏକ ଭିନ୍ନ ଅବତାରରେ ଦେଖିବାକୁ ସେମାନେ ଚାହିଁ ବସିଥିବା ସୋସିଆଲ ମିଡିଆରେ କମେଣ୍ଟ ଦେଉଛନ୍ତି । କିଛି ଫ୍ୟାନ ଏବେ ଠାରୁ ଫିଲ୍ମକୁ ବ୍ଲକ୍ ବଷ୍ଟର ଘୋଷଣା ମଧ୍ୟ କରି ସାରିଲେଣି । ପୋଷ୍ଟରରେ କାଜୋଲ ଏକ ଛୋଟ ଝିଅଙ୍କ ସହିତ ନଜର ଆସୁଛନ୍ତି । କେବଳ ଫ୍ୟାନ ନୁହେଁ ମେକର୍ସଙ୍କ ସହିତ କାଜୋଲ ମଧ୍ୟ ନିଜର ଏହି ଅପକମିଂ ପ୍ରୋଜେକଫକୁ ନେଇ ଖୁସି ଅଛନ୍ତି । ଫିଲ୍ମଟି ଜୁନ୍ ୨୭ରେ ଚାରୋଟି ଭାଷାରେ ରିଲିଜ୍ ହେବା ନେଇ ସୂଚନା ରହିଛି । ସେହିଭଳି ଫିଲ୍ମଟିକୁ ଜିଓ ଓ ଦେବଗନ୍ ଫିଲ୍ମ ପ୍ରେଜେଣ୍ଟ କରୁଥିବା ନେଇ ସୂଚନା ମିଳିଛି ।