ନିଆଳି ବିଧାୟକଙ୍କ ଅସ୍ଥାୟୀ କୋରନା କେନ୍ଦ୍ର ପରିଦର୍ଶନ

Reported by Lalit Kumar Dash               Edited by Papu Mohanty

ଫୁଲନଖରା:-May 15: ମହାମାରୀ କୋରୋନା କବଳରୁ ରାଜ୍ୟ କୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଜନହିତକର ପଦକ୍ଷେପ ଗ୍ରହଣ କରୁଛନ୍ତି। ସେଥିମଧ୍ୟରୁ ପ୍ରବାସୀ ଓଡିଆ ମାନଙ୍କୁ ନିଜ ନିଜ ଅଞ୍ଚଳ କୁ ଫେରାଇଆଣି ସଂଘରୋଧ ରେ ରଖି ସୁସ୍ଥ ଭାବରେ ଘରକୁ ଫେରାଇବା ପାଇଁଁ ସମସ୍ତ ପ୍ରକାର ଉଦ୍ୟମ ଜାରୀ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ପଞ୍ଚାୟତ ରେ ଅସ୍ଥାୟୀ ସଂଘରୋଧ ଗୃହ  ପ୍ରତିଷ୍ଠା କରାଯାଇଅଛି। ଏହି ପରିପ୍ରେକ୍ଷୀରେ ରେ କଟକ ଜିଲ୍ଲା ର ନିଆଳି ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ଡକ୍ଟର ପ୍ରଫେସର ପ୍ରମୋଦ କୁମାର ମଲ୍ଲିକ , ବାରଂଗ ବ୍ଲକ୍ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପଞ୍ଚାୟତ ସ୍ଥରରେ ହୋଇଥିବା ଅସ୍ଥାୟୀ ସଂଘରୋଧ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ପ୍ରବାସୀ ମାନଙ୍କ ପାଇଁ ପ୍ରଶାସନ ତରଫରୁ ପ୍ରସ୍ତୁତ କରାଯାଇଥିବା ସଂଘରୋଧ ଗୃହରେ ପାନୀୟଜଳ, ଶୌଚାଳୟ, ପରିମଳ ଓ ନିରାପତ୍ତା ବ୍ୟବସ୍ଥା ଆଦି କୁ ତଦାରଖ କରିଥିଲେ। ସର୍ବପ୍ରଥମେ ନଗରୀ ଗ୍ରାମପଞ୍ଚୟତ ଅନ୍ତର୍ଗତ ମହିଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ମହିଧରପଡ଼ା ଉଚ୍ଚ ବିଦ୍ୟାଳୟ ର ସଂଘରୋଧ ଗୃହ ବୁଲିଦେଖିଥିଲେ। ଏହି ପରିପ୍ରେକ୍ଷୀରେ ରେ ବାରଙ୍ଗ ବ୍ଲକ ବିଡିଓ ପ୍ରଭାକର ପଣ୍ଡା , ମହିଧରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡକ୍ଟର ସୁବାଷ ଚନ୍ଦ୍ର ଗୋଚ୍ଛାୟତ , ଫାର୍ମାସିଷ୍ଟ ଭରତ ମଲ୍ଲିକ, ସନାତନ ବେହେରା, ଗୋଲକ ପାତ୍ର , ସାମ୍ବାଦିକ ଲଳିତ କୁମାର ଦାଶ , ଗଗନ ବିହାରୀ ଜେନା , ସ୍ବାସ୍ଥ୍ୟ କର୍ମୀ ସୁଶାନ୍ତ କୁମାର ମତଗଜ ସିଂ, ବିଦ୍ୟୁତ୍ କୁମାର ପ୍ରୁଷ୍ଟି, ଦିଲ୍ଲୀପ କୁମାର ଲେଙ୍କା, ନଳିନୀ କାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.