ନିଜ ହାତକୁ ବ୍ଲେଡ୍‌ରେ କାଟିଲେ ଗୁଜରାଟ ସ୍କୁଲର ୪୦ ଛାତ୍ର

0

ଆ‌ମରେଲି : ଇଣ୍ଟରନେଟ୍‌ର କୁପ୍ରଭାବ ଛୋଟପିଲାଙ୍କ ମାନସିକତାକୁ କିଭଳି ପ୍ରଭାବିତ କରୁଛି ତା’ର ଏକ ଜ୍ବଳନ୍ତ ଉଦାହରଣ ଆଜି ଗୁଜରାଟର ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି। ଇଣ୍ଟରନେଟ୍‌ରୁ ଦେଖି ‘ଡେର୍‌ ଟୁ ୱିନ୍‌’ (ଜିତିବା ନିମନ୍ତେ ସାହସ) ଗେମ୍‌ରେ ୯ରୁ ୧୧ ବର୍ଷ ବୟସର ପ୍ରାୟ ୪୦ ଜଣ ଛାତ୍ର ନିଜ ହାତକୁ ଧାରୁଆ ବ୍ଲେଡ୍‌ରେ କାଟିଛନ୍ତି।

ଡିଏସ୍‌ପି ଜୟବୀର ଗଧାୱୀ କହିଛନ୍ତି, ବାଗାସରାର ମୋଟା ମୁଞ୍ଜିୟାସାର ପ୍ରାଥମିକ ବିଦ୍ୟାଳୟରେ ପ୍ରାୟ ୩ଶହ ଛାତ୍ରଛାତ୍ରୀ ପଢ଼ନ୍ତି। ସ୍କୁଲର କେତେକ ଛାତ୍ରଙ୍କ ହାତରେ କଟାଚିହ୍ନ ଥିବା ଦେଖି ସେମାନଙ୍କ ବାପା ମା’ ପ୍ରଥମେ ସ୍କୁଲ କର୍ତ୍ତୃପକ୍ଷ ଓ ପରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାଯାଇଛି, ଛାତ୍ରମାନେ ସେମାନଙ୍କ ମଧ୍ୟରେ ‘ଡେର୍‌ ଟୁ ୱିନ୍‌’ ଗେମ୍‌ ଖେଳିଥିଲେ। ନିଜ ହାତକୁ ନକାଟିଲେ ୧୦ ଟଙ୍କା ଦେବାକୁ ପଡ଼ିବ ବୋଲି ସର୍ତ୍ତ ରହିଥିଲା। ଏହି ସର୍ତ୍ତରେ ସେମାନେ ନିଜନିଜ ହାତକୁ କାଟିଥିଲେ। ଅଭିଯୋଗ ପରେ ଏକ ପୁଲିସ ଟିମ୍‌ ସ୍କୁଲକୁ ଯାଇ ଯାଞ୍ଚ କରି ଫେରିଛି। ଯାଞ୍ଚ ରିପୋର୍ଟ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦିଆଯିବ। ଜିଲ୍ଲା ପ୍ରାଥମିକ ଶିକ୍ଷାଧିକାରୀ କିଶୋର ମିଆନି କହିଛନ୍ତି, ଛାତ୍ରମାନଙ୍କୁ ମନସ୍ତାତ୍ବିକ ପରାମର୍ଶ ଦିଆଯିବ। ଏହା ବ୍ୟତୀତ ଶିକ୍ଷକ-ଅଭିଭାବକ ବୈଠକ ଡାକି ଏନେଇ ଆଲୋଚନା କରାଯିବ।

Leave A Reply

Your email address will not be published.