ଭୁବନେଶ୍ୱର : May 16: ‘ଆତ୍ମର୍ନିଭର ଭାରତ ଅଭିଯାନ’ ପ୍ୟାକେଜର ଚତୁର୍ଥ ସେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣଙ୍କ ଘୋଷଣା ପ୍ରତିରକ୍ଷା କ୍ଷେତ୍ରରେ ବିକାଶ ପାଇଁ ଉଦ୍ଦିଷ୍ଟ ରହିଛି । ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଛି ତେଣୁ ପ୍ରତିରକ୍ଷା କ୍ଷେତ୍ରରେ ମେକ୍ ଇନ୍ଇଣ୍ଡିଆକୁ ଅଧିକ ଗୁରୁତ୍ୱ ଦିଆଯିବ । ସୁରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ପାଇଁ ଅଲଗା ବଜେଟ୍ କରାଯିବ । କିଛି ଅସ୍ତ୍ରଶସ୍ତ୍ରର ଆମଦାନୀ ଉପରେ କଟକଣା ମଧ୍ୟ ଲଗାଯିବ । ପ୍ରତିରକ୍ଷା କ୍ଷେତ୍ରରେ ଏଫ୍ଡିଆଇ ଲିମିଟକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୪୯ ପ୍ରତିଶତ ଥିଲା ଯାହାକୁ ଏବେ ୭୪ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଆତ୍ମର୍ନିଭର ଭାରତ ପାଇଁ ହିଁ ମେକ୍ ଇନ୍ ଇଣ୍ଡିଆ । ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍ ଉପରେ ସରକାରଙ୍କ ଗୁରୁତ୍ୱ ଦେଉଛନ୍ତି । ସେହିପରି ୱାନ ନେସନ୍ ୱାନ୍ ମାର୍କେଟ୍ ଭାରତରେ ନିବେଶ କରିବା ବିଶ୍ୱର ପ୍ରମୁଖ ଦେଶମାନଙ୍କର ପ୍ରଥମ ପସନ୍ଦ ହୋଇଛି । ବିଭିନ୍ନ କ୍ଷେତ୍ରର ବିକାଶ ପାଇଁ ମୁଖ୍ୟତଃ ୮ଟି ସେକଟରକୁ ନେଇ ବଡ଼ ଘୋଷଣା କରିଛନ୍ତି ନିର୍ମଳା । କୋଇଲା କ୍ଷେତ୍ରର ବିକାଶ ପାଇଁ ୫୦ ହଜାର କୋଟି ଟଙ୍କା ରଖାଯାଇଛି । ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜରେ ଫୋକସ୍ ଦିଆଯାଇଛି । କୋଇଲା ଖଣିର ନିଲାମୀ ପ୍ରକ୍ରିୟା ସରଳୀକରଣ କରାଯିବ । ଦେଶକୁ ଆତ୍ମ ନିର୍ଭର କରାଇବା କେନ୍ଦ୍ର ସରକାରଙ୍କ ମୁଳ ଲକ୍ଷ୍ୟ ବୋଲି ନିର୍ମଳା କହିଛନ୍ତି ।
Comments are closed.