ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ‘ଲେବର୍‌ ପାର୍ଟି’ନେତା କ୍ରିସ ହିପକିନ୍

ନୂଆଦିଲ୍ଲୀ : ଲେବର୍‌ ପାର୍ଟିର ନେତା କ୍ରିସ୍‌ ହିପକିନ୍ସ। ହେଲେ ନିଉଜିଲାଣ୍ଡ ର ନୂତନ ପ୍ରଧାନମନ୍ତ୍ରୀ I ବୁଧବାର ଦିନ ଏକ ଆନୁଷ୍ଠାନିକ ସମାରୋହରେ ୪୪ ବର୍ଷୀୟ ଶ୍ରମ ନେତା କ୍ରିସ୍ ହିପକିନ୍ସ ନ୍ୟୁଜିଲ୍ୟାଣ୍ଡର ୪୧ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ କାର୍ମେଲ ସେପୁଲୋନି ଉପ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । କ୍ରିସଙ୍କୁ ଦେଶର ଗଭର୍ଣ୍ଣର ଜେନେରାଲ ୱେଲିଙ୍ଗଟନଠାରେ ଶପଥ ପାଠ କରାଇଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ପଦରୁ ଅବ୍ୟାହତି ନେବା ପାଇଁ ଅଚାନକ ଘୋଷଣା କରିଥିଲେ ଜେସିଣ୍ଡା ଆରଡର୍ଣ୍ଣ । ଏହାପରେ ଲେବର ପାର୍ଟି ପକ୍ଷରୁ ପିଏମ୍ ପଦ ପାଇଁ କ୍ରିସଙ୍କୁ ଦଳର ନୂଆ ନେତା ଭାବେ ସର୍ବସମ୍ମତି କ୍ରମେ ବଛା ଯାଇଥିଲା ।

ନିଉଜିଲାଣ୍ଡର ଗଭର୍ଣ୍ଣର ଜେନେରାଲ୍‌ ସିଣ୍ଡି କା‌ଇରୋ ତାଙ୍କ ବନ୍ଧୁ ଓ ସହଯୋଗୀଙ୍କ ଉପସ୍ଥିତିରେ ସଂକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବ ଆ‌ୟୋଜନ କରିଥିଲେ I ୪୪ ବର୍ଷୀୟ ହିପକିନ୍ସ ପଦଭାର ସମ୍ଭାଳିବା ପରେ ଅର୍ଥବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ କରିବା ଏବଂ ମୁଦ୍ରାସ୍ପୀତିକୁ ମହାମାରୀ କହି ତାର ଉପାୟ ଆଧାରରେ ବ୍ୟାକ ଟୁ ବେସିକ୍ସ ଦୃଷ୍ଟିକୋଣର ପ୍ରତିଜ୍ଞା କରିଥିଲେ ।

ବର୍ତ୍ତମାନ ରେମୁଟାକାରୁ ସଂସଦ ରହିଛନ୍ତି କ୍ରିସ । ସେ ଜାତୀୟ ସୁରକ୍ଷା, ଇଣ୍ଟେଲିଜେନ୍ସ ଓ ମନ୍ତ୍ରୀ ସେବା ଦାୟିତ୍ୱ ମନ୍ତ୍ରୀ ରହିଛନ୍ତି । ସେ ଗତ କୋଭିଡ-୧୯ ମହାମାରୀ ସମୟରେ ନ୍ୟୁଜିଲାଣ୍ଡ ପାଇଁ ଗୁରୁଦାୟିତ୍ୱ ବହନ କରିଥିଲେ । ସେ ଗତ ୨୦୦୮ରେ ପାର୍ଲାମେଣ୍ଟକୁ ଯାଇଥିଲେ ଓ ୨୦୧୩ରେ ଶିକ୍ଷା ମୁଖପତ୍ର ଭାବେ ନିଯୁକ୍ତି ପାଇଥିଲେ । ମାତ୍ର ୯ ମାସରୁ କମ୍‌ ସମୟ ପର୍ଯ୍ୟନ୍ତ ହିପ୍‌କିନ୍ସ ଦେଶର ପ୍ରଧାନମନ୍ତ୍ରୀ କ୍ଷମତାରେ ରହିବେ। ଅକ୍ଟୋବର ମାସରେ ଆଗାମୀ ସାଧାରଣ ନିର୍ବାଚନ ହେବ। ‘ଓପିନିୟନ୍‌ ପୋଲ୍‌’ରୁ ଜଣାପଡୁଛି ଯେ, ବିରୋଧୀ କଞ୍ଜର୍‌ଭେଟିଭ୍‌ ପାର୍ଟିଠାରୁ ଲେବର୍‌ ପାର୍ଟି ପଛୁଆ ରହୁଛି।

‘ଚିପି’ ଭାବରେ ଜଣାଶୁଣା ହିପକିନ୍ସ, ଆର୍ଡର୍ଣ୍ଣଙ୍କ ନେତୃତ୍ୱରେ ଶିକ୍ଷା ଓ ପୁଲିସ ସମ୍ବନ୍ଧୀୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ହିପ୍‌କିନ୍ସ କୋଭିଡ-୧୯ ବୈଶ୍ୱିକ ମହାମାରୀ ସମୟରେ ଏହି ସଙ୍କଟକୁ ପରିଚାଳନା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଉଲ୍ଲେଖଯୋଗ୍ୟ, କାର୍ଯ୍ୟକାଳ ଅବ୍ୟବହିତ ପୂର୍ବରୁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ ଇସ୍ତଫା ଦେବାକୁ ଘୋଷଣା କରିଥିଲେ। ଏହାପରେ ହିପ୍‌କିନ୍ସଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଥିଲା।

Comments are closed.