ନୟାଗଡ ରେ ଠାବ ପାଞ୍ଚ ଶହ ବର୍ଷ ତଳ ମନ୍ଦିରର ପୁନଃଉଦ୍ଧାର ଏବଂ ସ୍ଥାନାନ୍ତରଣ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଜୁନ ୧୮: ନୟାଗଡ ଜିଲ୍ଲା ମହାନଦୀ ଗର୍ଭରେ ଠାବ ହେଇଥିବା ୫୦୦ ବର୍ଷ ତଳ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନଃଉଦ୍ଧାର କରାଯିବI ସହ ମନ୍ଦିରକୁ ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅଧିକାରୀମାନଙ୍କୁ ନିର୍ଦେଶ ଦେବାପାଇଁ ପତ୍ର ଲେଖି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଙ୍କର ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ I
ଶ୍ରୀ ପ୍ରଧାନ ପାତ୍ରରେ ଉଲ୍ଲେଖ କରିଛନ୍ତି ଯେ, ମହାନଦୀରେ ୫୦୦ ବର୍ଷ ତଳର ଗୋପୀନାଥ ମନ୍ଦିର ଦୃଶ୍ୟମାନ ହୋଇଛି I ଇଣ୍ଡିଆନ ନାସନାଲ ଟ୍ରଷ୍ଟ ଆଣ୍ଡ କଲଚରାଲ ହେରିଟେଜ (ଇନଟାକ) ଏହି ମନ୍ଦିର ପରୀକ୍ଷଣ କରୁଛନ୍ତି ଏବଂ ଏହାର ପ୍ରମୁଖ ଐତିହାସିକ ମହତ୍ୱ ରହିଛି I
ନଦୀ ଗର୍ଭରେ ଲୀନ ହେଇଯାଇଥିବା ଏହି ମନ୍ଦିରର ପ୍ରତିମା ନୟାଗଡ ପାଖ ପଦ୍ମାବତୀ ଗ୍ରାମର ବୈଦେଶ୍ଵର ନିକଟ ମହାନଦୀ ମଝିରେ ଠାବ ହେଇଛି I ୫୫ ରୁ ୬୦ ଫୂଟ ଜଳମଗ୍ନ ଏହି ମନ୍ଦିର ଚୁଡ଼ର କାରୁକାର୍ଯ୍ୟ ଏବଂ ନିର୍ମାଣ ପାଇଁ ବ୍ୟବହୃତ ସାମଗ୍ରୀକୁ ବିଚାରକୁ ନେଲେ, ମନ୍ଦିରଟି ୧୫ଶହ ଶତାବ୍ଦୀର ଶେଷ କିମ୍ବା ୧୬ ଶହ ଶତାବ୍ଦୀ ର ପ୍ରାରମ୍ଭରେ ତିଆରି ହୋଇଥିବା ଜଣାପଡୁଛି I ୧୯୩୩ ମସିହାରେ ହେଇଥିବା ବନ୍ୟାରେ ଏହି ମନ୍ଦିରଟି ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଆକଳନ କରାଯାଇଛି I
ଏହି ପରିପ୍ରେକ୍ଷୀରେ ଏହି ମନ୍ଦିରର ଅଜ୍ଞାତ ଇତିହାସ , ସଂସ୍କୃତି ଏବଂ ଧାର୍ମିକ ମହତ୍ୱ କୁ ଧ୍ୟାନରେ ରଖି ଓଡିଶାବାସିଙ୍କ ପାଇଁ ମନ୍ଦିରର ପୁନଃ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଓ ମନ୍ଦିରକୁ ଅନ୍ୟ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତ୍ର ଲେଖି କେନ୍ଦ୍ର ସଂସ୍କୃତିମନ୍ତ୍ରୀ ଶ୍ରୀ ପଟେଲଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି I
Comments are closed.