By Papu Mohanty
ନୂଆଦିଲ୍ଲୀ: ମେ ୨୯:ପଙ୍ଗପାଳ ମାନଙ୍କଠାରୁ ମୁକ୍ତି ପାଇବା ପାଇଁ ହେଲିକପଫର ବ୍ୟବହାର କରିବାକୁ ବର୍ତ୍ତମାନ କେନ୍ଦ୍ର ସରକାର ସ୍ଥିର କରିଛନ୍ତି । ପଙ୍ଗପାଳଙ୍କ ପାଇଁ ସମଗ୍ର ଉତ୍ତର ଭାରତରରେ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଏ ଦୃଷ୍ଟିରୁ କେନ୍ଦ୍ରସରକାର ବ୍ରିଟେନରୁ ୧୫ ଟି ସ୍ପ୍ରେୟର ଅଣାଯାଉଛି ଏବଂ ଆଉ ୪୫ଟି ସ୍ପ୍ରେୟର ଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି । ପଙ୍ଗପାଳ ଦୂର କରିବା ପାଇଁ ଉଚ୍ଚ ଗଛ ମାନଙ୍କରେ କୀଟନାଶକ ସ୍ପ୍ରେ କରିବା ପାଇଁ ଡ୍ରୋନର ବ୍ୟବସ୍ଥା ସହିତ ହେଲିକପଫରଗ ଜରିଆରେ ଏରିଆଲ୍ ସ୍ପ୍ରେ କରାଯିବରେ ବ୍ୟବହାର କରାଯିବ ବୋଲି ଜଣାଯାଇଛି । ପଙ୍ଗପାଳଙ୍କ ଦ୍ୱାରା କ୍ଷତିଗ୍ରସ୍ଥ ରାଜ୍ୟଗୁଡିକ ଆର୍ଥିକ ସହାୟତା ଦିଆଯାଉଛି ।
କେନ୍ଦ୍ର ସରକାର, କୃଷକ, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ପଙ୍ଗପାଳ ଜନିତ ସମସ୍ୟାର ସମାଧନା କରିବେ ।୧୫ ଦିନ ମଧ୍ୟରେ ବ୍ରିଟେନରୁ ୧୫ ଟି ସ୍ପ୍ରେୟର ଆସିବା ଆରମ୍ଭ କରିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ଏଥିସହ, ଆସନ୍ତା ଏକ ମାସ ମଧ୍ୟରେ ଆଉ ଅଧିକ ୪୫ ଟି ସ୍ପ୍ରେୟର୍ କ୍ରୟ କରାଯିବ ।
Comments are closed.